ଭୋଟରଙ୍କୁ ଧମକ, ଭୟଭୀତ କରାଯାଉଛି: ନିରଂଜନ ପଟ୍ଟନାୟକ

ଭୋଟରଙ୍କୁ ଧମକ, ଭୟଭୀତ କରାଯାଉଛି: ନିରଂଜନ ପଟ୍ଟନାୟକ

ଭୋଟରଙ୍କୁ ଧମକ, ଭୟଭୀତ କରାଯାଉଛି: ନିରଂଜନ ପଟ୍ଟନାୟକ

ଭୁବନେଶ୍ୱର: ପଂଚାୟତ ନିର୍ବାଚନରେ ଯେଉଁଭଳି ହିଂସା ହୋଇଛି ସେଥିରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି କେଉଁ ସ୍ତରକୁ ଖସିଯାଇଛି ତାହା ସ୍ପଷ୍ଟ ଜଣାପଡ଼ୁଛି । ଅନେକ ସ୍ଥାନରେ ଶାସକ ଦଳର ପ୍ରାର୍ଥିଙ୍କ ଜିତିବା ସୁନିଶ୍ଚିତ କରିବା ପାଇଁ ସାଧାରଣ ଭୋଟରଙ୍କୁ ଧମକ ଏବଂ ଭୟଭୀତ କରାଇ ଭୋଟ ଗ୍ରହଣ କେନ୍ଦ୍ରକୁ ନ ଆସିବା ପାଇଁ ଗାଁ ଗାଁ ବୁଲି ବାରଣ କରାଯାଇଛି ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ।

ରାଜ୍ୟର ପ୍ରଥମ ପର୍ୟ୍ୟାୟ ପଂଚାୟତ ନିର୍ବାଚନ ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଶେଷ ହୋଇଛି । ଏପରିକି କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଏହି ହିଂସାରୁ ବର୍ତ୍ତି ପାରିନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ  କହିଛନ୍ତି ଯେ, ପ୍ରଥମ ପର୍ୟ୍ୟାୟ ଭୋଟ ଗ୍ରହଣ ହିଂସାରେ ଶେଷ ହୋଇଛି । ଗଣମାଧ୍ୟମ ଓ ନିର୍ବାଚନ ହୋଇଥିବା ଜିଲ୍ଲା ମାନଙ୍କରୁ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ବହୁ ସ୍ଥାନରେ ବୁଥ ଜବରଦଖଲ, ହିଂସା, ନିର୍ମମ ଭାବେ ମାରପିଟ ହୋଇଥିବା ନଜରକୁ ଆସିଛି । ଖାଲି ସେତିକି ନୁହେଁ କର୍ତ୍ତବ୍ୟରତ ନ୍ୟୁଜ-୧୮ର ସାମ୍ବାଦିକ ସୁମନ୍ତ ସୁନ୍ଦରାୟ ଓ କ୍ୟାମେରାମ୍ୟାନ ଚେତନ ସ୍ୱାଇଁଙ୍କୁ ଏବଂ ନ୍ୟୁଜ-୭ର ସାମ୍ବାଦିକ ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ କରାଯାଇ ତାଙ୍କର ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ କରିଛନ୍ତି ।ଯାହାକୁ ସେ ଦୃଢ଼ ନିନ୍ଦା କରୁଛନ୍ତି ।ରାଜ୍ୟରେ ଅବାଧ ଓ ଶାନ୍ତିଶୃଙ୍ଖଳାରେ ପଂଚାୟତ ନିର୍ବାଚନ ସମ୍ପନ୍ନ କରାଯିବ ବୋଲି ରାଜ୍ୟ ସରକାର ପୁର୍ବରୁ ଯେଉଁ ବାହାସ୍ଫୋଟ ମାରୁଥିଲେ, ତାହା ଆଜି ମିଛ ପ୍ରମାଣିତ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।