ଭୃସଙ୍ଗ ପତ୍ର ଖାଇଲେ ମିଳିବ ଏହି ସବୁ ଫାଇଦା

ଭୃସଙ୍ଗ ପତ୍ର ଖାଇଲେ ମିଳିବ ଏହି ସବୁ ଫାଇଦା

ଭୃସଙ୍ଗ ପତ୍ର ଖାଇଲେ ମିଳିବ ଏହି ସବୁ ଫାଇଦା

ନୂଆଦିଲ୍ଲୀ: ଭାରତୀୟ ରୋଷେଇରେ ଭୃସଙ୍ଗ ପତ୍ର ବହୁଳ ଭାବରେ ବ୍ୟବହୃତ ହୁଏ । ଭୃସଙ୍ଗ ପତ୍ରରେ କୌଣସି ଖାଦ୍ୟର ସ୍ୱାଦକୁ ଉନ୍ନତ କରାଯାଇପାରେ । ଏହି ଗଛକୁ ପ୍ରାୟତଃ ଲୋକ ନିଜ ଘରେ ଲଗାଇଥାନ୍ତି । ଫସଫରସ୍‌, କ୍ୟାଲସିୟମ୍‌, ଆଇରନ୍‌, କପର୍‌, ଭିଟାମିନ୍‌ ଏବଂ ମ୍ୟାଗ୍‌ନେସିୟମ୍‌ ପରି ନ୍ୟୁଟ୍ରିଏଣ୍ଟ ଭୃସଙ୍ଗ ପତ୍ରରେ ମିଳିଥାଏ, ଯାହା ଶରୀରକୁ ଅନେକ ଉପାୟରେ ଲାଭ ଦେଇଥାଏ । ପ୍ରତିଦିନ ସକାଳେ ୩ ରୁ ୪ ଟି ଭୃସଙ୍ଗ ପତ୍ର ଚୋବାଇଲେ ଏହା କିପରି ଲାଭଦାୟକ ହେବ ଆସନ୍ତୁ ଜାଣିବା ।

ଦୃଷ୍ଟି ଶକ୍ତି ବଢାଇଥାଏ : ଭୃସଙ୍ଗ ପତ୍ର ଖାଇବା ଦ୍ୱାରା, ଅନ୍ଧାରକଣା କିମ୍ବା ଆଖି ସହିତ ଜଡିତ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ଦୂର ହୋଇଥାଏ । କାରଣ ଏଥିରେ ଆବଶ୍ୟକୀୟ ପୁଷ୍ଟିକର ଭିଟାମିନ୍‌ ଏ ମିଳିଥାଏ ଯାହା ଦୃଷ୍ଟି ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ ।

ମଧୁମେହ ରୋଗୀଙ୍କ ପାଇଁ ଲାଭ ଦାୟକ : ମଧୁମେହ ରୋଗୀଙ୍କୁ ପ୍ରାୟତଃ ଭୃସଙ୍ଗ ପତ୍ର ଚୋବାଇବାକୁ ପରାମର୍ଶ ଦିଆଯାଏ । କାରଣ ଏଥିରେ ହାଇପୋଗ୍ଲାଇସେମିକ୍‌ ଗୁଣ ରହିଥାଏ ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ ।

ହଜମ ପ୍ରକ୍ରିୟାରେ ଉନ୍ନତି : ଭୃସଙ୍ଗ ପତ୍ରକୁ ପ୍ରତିଦିନ ସକାଳେ ଖାଲି ପେଟରେ ଚୋବାଇବା ଉଚିତ୍‌ । କାରଣ ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ ଏବଂ କୋଷ୍ଠକାଠିନ୍ୟ, ଅମ୍ଳତା, ପେଟ ଫୁଲିବା ଭଳି ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଇନ୍‌ଫେକ୍ସନରୁ ମୁକ୍ତି : ଭୃସଙ୍ଗ ପତ୍ରରେ ଆଣ୍ଟିଫଙ୍ଗାଲ୍‌ ଏବଂ ଆଣ୍ଟି ବାୟୋଟିକ୍‌ ଗୁଣ ମିଳିଥାଏ, ଯାହା ଅନେକ ପ୍ରକାରର ସଂକ୍ରମଣକୁ ରୋକିଥାଏ ଏବଂ ରୋଗ ହେବାର ଆଶଙ୍କା ଦୂର କରିଥାଏ ।

ଓଜନ କମ୍‌ ହୋଇଥାଏ : ଭୃସଙ୍ଗ ପତ୍ର ଓଜନ କମାଇବା ଏବଂ ପେଟର