ଭୁବନେଶ୍ୱରରେ ଚିଲି ଟିମ୍‌

ଭୁବନେଶ୍ୱରରେ ଚିଲି ଟିମ୍‌

ଭୁବନେଶ୍ୱରରେ ଚିଲି ଟିମ୍‌


ଭୁବନେଶ୍ୱର: ରାଜଧାନୀରେ ବିଶ୍ୱକପ୍‌ ହକିର କ୍ରେଜ୍‌ । ବିଶ୍ୱକପ୍‌ ହକି ପାଇଁ ଭୁବନେଶ୍ୱରରେ ଚିଲି ଟିମ୍‌ ପହଞ୍ଚିଛି । ବିମାନବନ୍ଦରରେ ଚିଲିର ଟିମ୍‌ ପହଞ୍ଚି ଥିବା ବେଳେ କଡ଼ା ସୁରକ୍ଷା ଭିତରେ ସମସ୍ତ ଖେଳାଳିଙ୍କୁ ସ୍ୱାଗତ କରାଯାଇଛି । ପୂର୍ବରୁ ବିଶ୍ୱକପ୍‌ ହକି ପାଇଁ ଭୁବନେଶ୍ୱରରେ ୨ଟିମ୍‌ ପହଞ୍ଚିଥିଲେ ।

ଗତକାଲି ନେଦରଲାଣ୍ଡସ୍‌ ଭୁବନେଶ୍ୱରରେ ପହଞ୍ଚିଥିଲା । ତୃତୀୟ ବିଦେଶୀ ଟିମ୍‌ ଭାବେ ବର୍ତ୍ତମାନ ରାଜଧାନୀରେ ଚିଲି ଟିମ୍‌ ପହଞ୍ଚିଛି । ଚିଲି ନେଦରଲାଣ୍ଡସ୍‌, ନ୍ୟୁଜିଲାଣ୍ଡ ଓ ମାଲେସିୟା ବିପକ୍ଷରେ ଖେଳିବ ବୋଲି ସୂଚନା ଦିଆଯାଇଛି ।