ଭୁବନେଶ୍ୱରରୁ ବଢିବ ଘରୋଇ ବିମାନ ସେବା

ଭୁବନେଶ୍ୱରରୁ ବଢିବ ଘରୋଇ ବିମାନ ସେବା

ଭୁବନେଶ୍ୱରରୁ ବଢିବ ଘରୋଇ ବିମାନ ସେବା
ଭୁବନେଶ୍ୱର: ଆସନ୍ତା ୨୮ ତାରିଖରୁ ଭୁବନେଶ୍ୱରରୁ ବେଙ୍ଗାଲୁରୁକୁ ୨ଟି ଏୟାର ଏସିଆ ବିମାନ ଉଡ଼ିବ । ହାଇଦ୍ରାବାଦ ଓ କୋଲକାତାକୁ ଗୋଟିଏ ଲେଖାଏଁ ନୂଆ ବିମାନ ଉଡ଼ିବ । ଏନେଇ ଭୁବନେଶ୍ୱର ବିମାନବନ୍ଦର ନିଦେ୍ର୍ଧଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି । ବଦଳିଲା ଏୟାର ଏସିଆ ସମୟ: ଏୟାର ଏସିଆ ବିମାନ ଉଡ଼ାଣ ସମୟରେ ପରିବର୍ତ୍ତନ କରାଯାଇଛି । ରାତି ୯ଟାରେ କୁଆଲାଲମ୍ପୁର-ଭୁବନେଶ୍ୱର ବିମାନ ଏୟାରପୋର୍ଟରେ ପହଞ୍ଚିବ । ପୂର୍ବରୁ ଏହି ବିମାନ ରାତି ୧୧ଟା ୨୫ରେ ଭୁବନେଶ୍ୱରରେ ପହଞ୍ଚୁଥିଲା । ସେହିପରି ୯ଟା୩୦ରେ ଭୁବନେଶ୍ୱରରୁ କୁଆଲାଲମ୍ପୁରକୁ ଯାତ୍ରା କରିବ । ରନୱେରେ ମରାମତି କାର୍ଯ୍ୟ ପାଇଁ ରାତିରେ ବିମାନ ବନ୍ଦର ବନ୍ଦ ରହୁଛି । ତେଣୁ ସମୟ ପରିବର୍ତ୍ତନହେବ ନେଇ ବିମାନବନ୍ଦର ନିଦେ୍ର୍ଧଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି ।