ଭିଜିଲାନ୍‌ସ ଜାଲରେ ଟିପିଡବ୍ଲୁଓଡିଏଲ୍‌ର ଜେନେରାଲ ମ୍ୟାନେଜର

ଭିଜିଲାନ୍‌ସ ଜାଲରେ ଟିପିଡବ୍ଲୁଓଡିଏଲ୍‌ର ଜେନେରାଲ ମ୍ୟାନେଜର

ଭିଜିଲାନ୍‌ସ ଜାଲରେ ଟିପିଡବ୍ଲୁଓଡିଏଲ୍‌ର ଜେନେରାଲ ମ୍ୟାନେଜର

ସମ୍ବଲପୁର : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଟିପିଡବ୍ଲ୍ୟୁଓଡିଏଲ୍ ଜେନେରାଲ୍ ମ୍ୟାନେଜର ସନ୍ତୋଷ କୁମାର ଦର୍ଜୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରାଯାଇଛି। ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦର୍ଜୀ ବୁର୍ଲା କର୍ପୋରେଟ ଅଫିସରେ କାର୍ୟ୍ୟରତ ଅଛନ୍ତି।

ଏହି ଚଢାଉରେ ଜଣେ ଡିଏସପି ୬ଜଣ ଇନସ୍ପେକ୍ଟର, ୨ଜଣ ଏଏସଆଇ ସାମିଲ ଅଛନ୍ତି। ଏକକାଳୀନ ୩ଟି ସ୍ଥାନରେ ରେଡ୍ ଜାରି ରହିଛି। ସନ୍ତୋଷ କୁମାରଙ୍କ ସମ୍ବଲପୁର ପ୍ରଧାନପଡା ସ୍ଥିତ ବାସଭବନ, ବୁର୍ଲା କର୍ପୋରେଟ୍ ଅଫିସ୍, ବରଗଡ ଜିଲ୍ଲା ଅତାବିରାରର ପୈତୃକ ବାସଭବନରେ ଚଢାଉ ହେଉଛି। ବର୍ତ୍ତମାନ ସୁଦ୍ଧା ନଗଦ ୬ ଲକ୍ଷ ୨୮ ହଜାର ଟଙ୍କା ଜବତ ହୋଇଛି।