ଭିଜିଲାନ୍‌ସ ଜାଲରେ ଜିଆର୍‌ଏସ୍

ଭିଜିଲାନ୍‌ସ ଜାଲରେ ଜିଆର୍‌ଏସ୍

ଭିଜିଲାନ୍‌ସ ଜାଲରେ ଜିଆର୍‌ଏସ୍

ଭୁବନେଶ୍ୱର: ଜିଆର୍‌ଏସ୍‌ଙ୍କ ଘରେ ଚଢ଼ଉ କରିଛନ୍ତି ଭିଜିଲାନ୍ସ ଟିମ୍। ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗ ପଞ୍ଚାୟତର ଜିଆରଏସଙ୍କ ଘରେ ହୋଇଛି ଏହି ଚଢ଼ଉ। ଗ୍ରାମ ରୋଜଗାର ସେବକ ଭାବେ କାର୍ୟ୍ୟ କରୁଥିବା ବାବୁଲି ଚରଣ ପଢ଼ିହାରୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ଟିମ୍। ଏକକାଳୀନ ତାଙ୍କର ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ରଘୁନାଥପୁର ମାଉସୀ ମା’ ମନ୍ଦିର ନିକଟ ପ୍ଲଟ ନମ୍ବର ୧୪୬/୩୭୩୬ରେ ଥିବା ଏକ ତିନି ମହଲା ଘର, ରଘୁନାଥପୁରରେ ଥିବା ଏକ ଦୁଇ ମହଲା ଘର, ଏକ ଆଜବେଷ୍ଟସ ଘରେ ଚଢ଼ାଉ ହୋଇଛି।


ସେହିପରି ଆଶୀର୍ବାଦ ପ୍ଲାଜା ଆପାର୍ଟମେଣ୍ଟରେ ଥିବା ଫ୍ଲାଟ ନମ୍ବର ୧୦୨, ରଘୁନାଥପୁରରେ ଥିବା ସମ୍ପର୍କୀୟଙ୍କ ଘର ଓ କଳାରାହାଙ୍ଗରେ ଥିବା କାର୍ୟ୍ୟାଳୟରେ ରେଡ୍ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିବା ଚଢ଼ାଉରେ ୩ ଡିଏସପି, ୧୦ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।