ଭାଲେଣ୍ଟାଇନ୍‌ ଡେରେ ଭାଙ୍ଗିଲା ସଂପର୍କ

ଭାଲେଣ୍ଟାଇନ୍‌ ଡେରେ ଭାଙ୍ଗିଲା ସଂପର୍କ

ଭାଲେଣ୍ଟାଇନ୍‌ ଡେରେ ଭାଙ୍ଗିଲା ସଂପର୍କ

ମୁମ୍ବାଇ: ଭାଲେଣ୍ଟାଇନ୍‌ ଡେରେ ସଂପର୍କ ଯୋଡ଼ି ହେବାର ଉଦାହରଣ ରହିଛି। ନୂଆ ସଂପର୍କ ଗଢ଼ି ହୁଏ। ହେଲେ ଏପରି ଏକ ଦିନରେ ବଲିଉଡର ଡ୍ରାମା କୁଇନ୍ ରାଖୀ ସାୱାନ୍ତଙ୍କ ସଂପର୍କ ଭାଙ୍ଗିଛି। ସ୍ୱାମୀ ରିତେଶଙ୍କ ଠାରୁ ଛାଡପତ୍ର ନେବା ପାଇଁ ଘୋଷଣା କରିଛନ୍ତି ରାଖୀ। ଏନେଇ ସେ ସୋଶାଲ ମିଡିଆରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏହି ଖବର ତାଙ୍କ ପ୍ରଶଂସକମାନଙ୍କୁ ଝଟ୍କା ଦେବା ସହ ବି-ଟାଉନ୍ର ଚର୍ଚ୍ଚାର ବିଷୟ ପାଲଟିଛି।ଇୟଗ୍ଦ ଭଚ୍ଚ

ପ୍ରଥମ ଥର ପାଇଁ ରାଖୀ ସାୱନ୍ତ ସ୍ୱାମୀ ରିତେଶଙ୍କ ସହ ବିଗ୍ ବସ୍-୧୫ରେ ନଜର ଆସିଥିଲେ। ଏହା ପୂର୍ବରୁ ସମସ୍ତେ କେବଳ ରିତେଶଙ୍କ ବିଷୟରେ ଶୁଣିଥିଲେ। ହେଲେ କେବେ ତାଙ୍କୁ ଦେଖି ନଥିଲେ କି ସେ କେବେ ବି କ୍ୟାମେରା ସାମ୍ନାକୁ ଆସିନଥିଲେ। ଉଭୟଙ୍କୁ ଶୋ’ରେ ଏକାଠି ରୋମାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

କିନ୍ତୁ ବର୍ତ୍ତମାନ ଦୁହେଁ ଅଲଗା ହୋଇ ଯାଇଛନ୍ତି। ଏନେଇ ଇନ୍ଷ୍ଟାଗ୍ରାମରେ ରାଖୀ ନିଜେ ସୂଚନା ଦେଇଛନ୍ତି। ରାଖୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି ରିତେଶ ଏବଂ ସେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଏଭଳି କିଛି ଘଟିଛି, ଯେଉଁଥିପାଇଁ ଏମିତି ନିଷ୍ପତ୍ତି ନେବାକୁ ପଡିଲା। ମୁଁ ରିତେଶଙ୍କୁ ଶୁଭକାମନା ଜଣାଉଛି, କିନ୍ତୁ ଜୀବନର ଏହି ପର୍ୟ୍ୟାୟରେ ମୋ ପାଇଁ ମୋର କାର୍ୟ୍ୟ ଏବଂ ମୋ ଜୀବନ ଉପରେ ଧ୍ୟାନ ଦେବାକୁ ପଡିବ। ନିଜକୁ ଖୁସି ଏବଂ ସୁସ୍ଥ ରଖିବାକୁ ପଡିବ। ମୋତେ ସବୁବେଳେ ବୁଝିଥିବା ଏବଂ ସମର୍ଥନ କରିଥିବାରୁ ଧନ୍ୟବାଦ।’

ସେପଟେ ଏନେଇ ରାଖୀଙ୍କ ସ୍ୱାମୀ ରିତେଶଙ୍କ କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ରାଖୀ ଓ ରିତେଶଙ୍କୁ ଏକାଠି ଶେଷଥର ପାଇଁ ଅଭିନେତ୍ରୀ ସମିତା ଶେଟ୍ଟୀଙ୍କ ଜନ୍ମଦିନ ପାର୍ଟିରେ ଦେଖିବାକୁ ମିଳିଥିଲା।

୨୦୧୯ରେ ରାଖୀ ସାୱନ୍ତ ବିବାହ କରିଥିଲେ। ତେବେ ସେ କାହାକୁ ବିବାହ କରିଥିଲେ ତାଙ୍କର ଫଟୋ କିନ୍ତୁ କାହାକୁ ଦେଖାଇ ନଥିଲେ। ତାଙ୍କ ସ୍ୱାମୀଙ୍କ ପରିଚୟକୁ ସେ ଲୁଚାଇ ରଖିଥିଲେ