ଭାରତରେ ‘ଜାଇକୋଭ-ଡି’ ଟିକାକୁ ଖୁବ ଶୀଘ୍ର ମିଳିପାରେ ଅନୁମତି

ଭାରତରେ ‘ଜାଇକୋଭ-ଡି’ ଟିକାକୁ ଖୁବ ଶୀଘ୍ର ମିଳିପାରେ ଅନୁମତି

ଭାରତରେ ‘ଜାଇକୋଭ-ଡି’ ଟିକାକୁ ଖୁବ ଶୀଘ୍ର ମିଳିପାରେ ଅନୁମତି
ନୂଆଦିଲ୍ଲୀ: ଗୁଜରାଟର ଅହମଦାସ୍ଥିତ ଭେଷଜ କମ୍ପାନି ଜାଇଡସ କାଡିଲା ଦ୍ୱାରା ବିକଶିତ କୋଭିଡ ଟିକା ‘ଜାଇକୋଭ-ଡି’ର ଜରୁରୀକାଳୀନ ବ୍ୟବହାର ପାଇଁ ଖୁବ ଶୀଘ୍ର ଆବେଦନ କରାଯିବ ବୋଲି କମ୍ପାନି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏପରିକି ଭେଷଜ ନିୟନ୍ତ୍ରକଙ୍କଠାରୁ ଚଳିତ ମାସ ଶେଷ ସୁଦ୍ଧା ଭାରତରେ ବ୍ୟବହାର ପାଇଁ ଅନୁମତି ମିଳିଯିବ ବୋଲି କମ୍ପାନିର ମୁଖ୍ୟ ସର୍ବିଲ ପଟେଲ ଆଶା ରଖିଛନ୍ତି । ମାସକୁ କୋଟିଏ ସଂଖ୍ୟକ ମାତ୍ରା ପ୍ରସ୍ତୁତ କରିବା ସହ ଆଗକୁ ଅନ୍ୟ କାରଖାନା ମାଧ୍ୟମରେ ୩ରୁ ୪ କୋଟି ମାତ୍ରା ପ୍ରସ୍ତୁତ ପାଇଁ କମ୍ପାନି ଲକ୍ଷ୍ୟ ରଖିଥିବା ବେଳେ ଆବଶ୍ୟକ ଅନୁମତି ମିଳିଗଲେ ଦେଶରେ ସମ୍ପ୍ରତି ଦେଖାଦେଇଥିବା ଟିକା ଅଭାବ ଅନେକାଂଶରେ କମିଯିବ ବୋଲି ସେ କହିଛନ୍ତି । ଏହା ଦେଶରେ କୋଭିସିଲଡ, କୋଭାକ୍ସିନ ଓ ସ୍ପୁଟନିକ-ଭି ପରେ ଚତୁର୍ଥ ଟିକା ଭାବେ ଜାରି ରହିଥିବା ଗଣ ଟିକାକରଣରେ ବିନିଯୋଗ ହୋଇପାରିବ ବୋଲି ଆଶା କରାଯାଉଛି । ‘ଜାଇକୋଭ-ଡି’ ୨ରୁ ୮ ଡିଗ୍ରି ସେଲସିଅସ ତାପମାତ୍ରା ମଧ୍ୟରେ ଅତି ସୁରକ୍ଷିତ ରହିପାରିବ ବୋଲି କୁହାଯାଉଛି, ତେବେ ୨୫ ଡିଗ୍ରି ସେଲସିଅସ ପରି ସାଧାରଣ ଘରୋଇ ତାପମାତ୍ରାରେ ମଧ୍ୟ ଏହା ନିରାପଦ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି ।