ଭାରତରୁ ୫ ନିୟୁତ କୋଭାକ୍ସିନ ଟିକା କିଣିବ ବ୍ରାଜିଲ

ଭାରତରୁ ୫ ନିୟୁତ କୋଭାକ୍ସିନ ଟିକା କିଣିବ ବ୍ରାଜିଲ

ଭାରତରୁ ୫ ନିୟୁତ କୋଭାକ୍ସିନ ଟିକା କିଣିବ ବ୍ରାଜିଲ
ନୂଆଦିଲ୍ଲୀ: ଭାରତରେ ପ୍ରସ୍ତୁତ କୋଭିଡ ଟିକା କିଣିବାକୁ ବ୍ରାଜିଲ ଆଗ୍ରହ ପ୍ରକାଶ କରିଛି । ପୁନେସ୍ଥିତ ସିରମ ଇନଷ୍ଟିଚୁ୍ୟଟରେ ପ୍ରସ୍ତୁତ କୋଭିସିଲଡ ଟିକା କିଣିବା ପାଇଁ ବ୍ରାଜିଲ କୁଟନୈତିକ ସ୍ତରରେ କଥାବାର୍ତ୍ତା ଆରମ୍ଭ କରିଦେଇଛି । ରପ୍ତାନୀ କଟକଣା ଲାଗିବା ଆଶଙ୍କାରେ ବ୍ରାଜିଲ ଏହି ପ୍ରୟାସ କରିଛି । ଏଥିସହିତ ଭାରତ ବାୟୋଟିକ ଦ୍ୱାରା ପ୍ରସ୍ତୁତ ୫ ନିୟୁତ କୋଭାକ୍ସିନ ଟିକା କିଣିବାକୁ ଯୋଜନା କରିଛି । ଏଥିପାଇଁ ବ୍ରାଜିଲର ଘରୋଇ ସଂସ୍ଥାଗୁଡ଼ିକ ପ୍ରାରମ୍ଭିକ ରାଜିନାମା କରିବା ଆରମ୍ଭ କରିଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଭାରତର ଡିସିଜିଆଇ ଗତ ରବିବାର ଭାରତର ଦୁଇଟି ଯାକ ଟିକାକୁ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହାପରେ ଭାରତରେ ଖୁବଶୀଘ୍ର ଟିକାକରଣ ଆରମ୍ଭ ହେବା ଆଶା ଉଜ୍ଜୀବିତ ହୋଇଛି ।