ଭିତର ରତ୍ନଭଣ୍ଡାରରେ ରହିଛି ୫୦ କେଜି ସୁନା

ଭିତର ରତ୍ନଭଣ୍ଡାରରେ ରହିଛି ୫୦ କେଜି ସୁନା

ଭୁବନେଶ୍ୱର: ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର ପ୍ରଥମ କାଟାଗୋରୀ-୧ରେ ୫୦ କେଜି ୬୦୦ ଗ୍ରାମ୍ର ସୁନା ଅଳଙ୍କାର ରହିଛି । ସେହିପରି ୧୩୪ କେଜି ୫୦ଗ୍ରାମ୍ର ରୂପା ଅଳଙ୍କାର ରହିଛି । ପ୍ରଥମ କାଟାଗୋରୀରେ ରହୁଥିବା ଅଳଙ୍କାରକୁ ଡବଲ ଲକ୍ରେ ରଖାଯାଇଥାଏ । ଯାହା କମିଟି ପକ୍ଷରୁ ସିଲ୍ କରାଯାଇଥାଏ । ଏହାକୁ ପ୍ରଶାସକଙ୍କ ପକ୍ଷରୁ ସରକାରୀ ଟ୍ରେଜେରୀରେ ରଖାଯାଇଥାଏ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ତ୍ରତନ୍ତ୍ର ଆଦେଶ ଆଧାରରେ କେବଳ ଭିତର ରତ୍ନଭଣ୍ଡାର ଖୋଲାଯାଇଥାଏ । ତେବେ ଶେଷଥର ପାଇଁ ଯେତେବେଳେ ରନ୍ନଭଣ୍ଡାରରେ ଥିବା ଅଳଙ୍କାର ଗଣତି ହୋଇଥିଲା, ସେତେବେଳେ ୪୩୬୪ ଭରୀର ୩୬୭ ପ୍ରକାରର ସୁନା ଅଳଙ୍କାର ରହିଥିଲା । ସେହିପରି ୧୪,୮୭୮ ଭରୀ ୬ ଅଣାର ୨୩୧ ପ୍ରକାରର ରୁପା ଅଳଙ୍କାର ଓଜନ କରାଯାଇ ନାହିଁ । ସେପଟେ ଭିତର ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କ ବ୍ୟବହାର ପାଇଁ ୩,୩୭୦ ଭରି ୧୦ ଅଣାର ୫୮ ପ୍ରକାରର ରୁପା ଅଳଙ୍କାର ଏବଂ ୧୯ ଭରି ଦୁଇ ଅଣା ଦୁଇ ପଇସାର ଗୋଟିଏ ସୁନା ଅଳଙ୍କାର ଯାହାକୁ ଚିତା କୁହାଯାଇଥାଏ ତାହାକୁ ନିଆଯାଇଛି ।