ବାହାର ରତ୍ନଭଣ୍ଡାରରେ ୯୫ କେଜି ସୁନା ରହିଛି

ବାହାର ରତ୍ନଭଣ୍ଡାରରେ ୯୫ କେଜି ସୁନା ରହିଛି

ଭୁବନେଶ୍ୱର : ଦ୍ୱିତୀୟ ରତ୍ନଭଣ୍ଡାର ବା ଦ୍ୱିତୀୟ କାଟାଗୋରୀରେ ୯୫ କେଜି ୩୨୦ ଗ୍ରାମର ସୁନା ଥିବାବେଳେ ୧୯କେଜି ୪୮୦ ଗ୍ରାମର ରୂପା ଅଳଙ୍କାର ରହିଛି । ବାହାର 
ରତ୍ନଭଣ୍ଡାରରେ ଥିବା ୮,୧୭୫ ଭରିର ୭୯ ପ୍ରକାର ସୁନା ଅଳଙ୍କାର, ୧୬୭୧ ଭରୀର ୩୯ ପ୍ରକାରର ରୂପା ଅଳଙ୍କାର ଆଦି ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ସ୍ୱତନ୍ତ୍ର ପୂଜା, ପର୍ବାଣୀରେ ଏହିସବୁ ଅଳଙ୍କାର ବାହାରକୁ ଆସିଥାଏ । ଦ୍ୱିତୀୟ କାଟାଗୋରୀରେ ରହୁଥିବା ସୁନା ଅଳଙ୍କାର ଗୁଡିକ ଡବଲ ଲକ୍‌ରେ ରଖାଯାଇଥାଏ । ଏଥିରୁ ଗୋଟିଏ ଚାବି ମୁଖ୍ୟ ପ୍ରଶାସକଙ୍କ ନିକଟରେ ରହୁଥିବାବେଳେ ଅନ୍ୟ ଦୁଇଟି ଚାବିରୁ ଗୋଟିଏ ଗଜପତିଙ୍କ ମହାରାଜଙ୍କ ନିକଟରେ ରହେ । ଯେତେବେଳେ ବାହାର ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ରହିଥାଏ ସେତେବେଳେ ମୁଖ୍ୟ ପ୍ରଶାସକଙ୍କ ପ୍ରାଧିକୃତ ପ୍ରତିନିଧି, ଗଜପତି ମହାରାଜଙ୍କ ପ୍ରାଧିକୃତ ପ୍ରତିନିଧି, ଭଣ୍ଡାର ମେକାପ, ପାଟ୍ଟଯୋଶୀ ମହାପାତ୍ର , ଦେଉଳ କରଣ , ତଢାଉ କରଣ, ରତ୍ନଭଣ୍ଡାର ସବ୍‌କମିଟି ସଦସ୍ୟ ଏବଂ ମନ୍ଦିର କମାଣ୍ଡରଙ୍କ ଉପସ୍ଥିତିରେ ଏହାକୁ ଖୋଲାଯାଏ । ପ୍ରାଧିକୃତ ଅଧିକାରୀଙ୍କ ଉପସ୍ଥିତିରେ ପୁନଃଯାଂଚ ପରେ ତାହା ପୁଣି ବାହାର ରତ୍ନଭଣ୍ଡାରକୁ ଫେରାଯାଏ ।