ବଢ଼ିଲା ରେପୋ ରେଟ୍

ବଢ଼ିଲା ରେପୋ ରେଟ୍

ବଢ଼ିଲା ରେପୋ ରେଟ୍


ନୂଆଦିଲ୍ଲୀ:   ପୁଣି ବଢିବ ଇଏମଆଇ ସୁଧ ହାର । ମହଙ୍ଗା ହେବ ଋଣ । ପୁଣି ରେପୋ ରେଟ ବଢାଇଲା ଆରବିଆଇ । ବୁଧବାର ରେପୋ ରେଟ୍ ଶୂନ୍ୟ ଦଶମିକ ୨୫ ପ୍ରତିଶତ ବଢାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଫଳରେ ରେପୋ ରେଟର ୬ ଦଶମିକ ୫ ପ୍ରତିଶତ ଛୁଇଁଛି ।

ରେପୋ ରେଟ ବଢିବା ଯୋଗୁଁ ହୋମ, ଅଟୋ ଏବଂ ବ୍ୟକ୍ତିଗତ ଋଣ ମହଙ୍ଗା ହେବ । ଏବଂ ଋଣ ନେଉଥିବା ବ୍ୟକ୍ତିଙ୍କୁ ଇଏମଆଇ ଅଧିକ ଦେବାକୁ ପଡିବ । ଏଥିସହ ମନିଟାରି ପଲିସି କମିଟିକୁ ଆରବିଆଇ ସ୍ୱୀକୃତି ଦେଇଛି । ଆରବିଆଇ ବୋର୍ଡର ୬ ଜଣିଆ ସଦସ୍ୟରୁ ୪ ଜଣ ମନିଟାରୀ କମିଟିକୁ ସ୍ୱୀକୃତି ଦେଇଛନ୍ତି ।

ସୂଚନା କ୍ରମେ, କେନ୍ଦ୍ରୀୟ ବ୍ୟାଙ୍କ କ୍ରମାଗତ ଷଷ୍ଠ ଥର ପାଇଁ ରେପୋ ହାର ବୃଦ୍ଧି କରିଛି। ରେପୋ ହାର ୬.୨୫% ରୁ ୬.୫୦% କୁ ବୃଦ୍ଧି କରାଯାଇଛି । ଏହାପୂର୍ବରୁ ଆରବିଆଇର ଏମପିସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ତିନି ଦିନ ଧରି ଚାଲିଥିଲା। ଏହା ପରେ ଶକ୍ତିକାନ୍ତ ଦାସ ବୈଠକର ସୂଚନା ଏବଂ ଏହି ସମୟ ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତି ପାଇଁ ଗଣମାଧ୍ୟମ ସହିତ କଥାବାର୍ତ୍ତା କରୁଥିବା ସମୟରେ କହିଥିଲେ।