ବ୍ୟବସ୍ଥା ନେଇ ଗଜପତି ମହାରାଜାଙ୍କ ସହ କଥାହେଲେ ଶାହା ।
ବ୍ୟବସ୍ଥା ନେଇ ଗଜପତି ମହାରାଜାଙ୍କ ସହ କଥାହେଲେ ଶାହା ।
admin
Jun 22, 2020 - 09:01
Updated: Jun 22, 2020 - 09:01
ରଥଯାତ୍ରା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଦେ୍ର୍ଧଶରେ ଅମିତ ଶାହା କଥା ହୋଇଛନ୍ତି । ଶାହା ଗଜପତି ମହାରାଜାଙ୍କ ସହ କଥା ହେବା ନେଇ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଥିଲେ ।
ତେବେ ଏନେଇ ଗଜପତି ମହାରାଜା ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଗୃହମନ୍ତ୍ରୀ ରଥଯାତ୍ରା ପାଇଁ କିଭଳି ବ୍ୟବସ୍ଥା ହୋଇଛି ସେ ସମ୍ପର୍କରେ ପଚାରି ବୁଝିଥିଲେ । ପରମ୍ପରା ଅନୁସାରେ ରଥଯାତ୍ରା ହେବା ଉଚିତ ବୋଲି ଶାହା କହିଥିଲେ । ବର୍ତ୍ତମାନ ପରିପ୍ରେକ୍ଷୀରେ କୋର୍ଟଙ୍କ ରାୟକୁ ଅପେକ୍ଷା କରିବାକୁ ଶାହା କହିଥିବା ଗଜପତି ମହାରାଜା ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ଅନ୍ୟପକ୍ଷରେ ଆଜି ସନ୍ଧ୍ୟାରେ ପୁରୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ପରିଚାଳନା କମିଟି ଓ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ପରବର୍ତ୍ତୀ ପଦକ୍ଷେପ ନେଇ ବୈଠକ ବସିବ ବୋଲି ଜଣାଯାଇଛି ।
ଅନ୍ୟପକ୍ଷରେ ବଡ଼ଦାଣ୍ଡରୁ ଉଠାଦୋକାନୀମାନେ ହଟୁଥିବା ଜଣାଯାଇଛି । ସବୁ ଉଠା ଦୋକାନୀଙ୍କୁ ଉଠିଯିବାକୁ ନିଦେ୍ର୍ଧଶ ଦିଆଯାଇଛି । ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାଏଁ ଉଠିଯିବାକୁ ନିଦେ୍ର୍ଧଶ ଦିଆଯାଇଛି । ପୁରୀ ପୌରପାଳିକା ପକ୍ଷରୁ ତୁରନ୍ତ ଜାଗା ଖାଲି କରିବାକୁ ଘୋଷଣା କରାଯାଇଛି ।