ବୋହୁର ପରକ୍ରିୟା ପ୍ରୀତିର ଗୁମର ଖୋଲିଲା ଶ୍ୱଶୁର ।

ବୋହୁର ପରକ୍ରିୟା ପ୍ରୀତିର ଗୁମର ଖୋଲିଲା ଶ୍ୱଶୁର ।

ବୋହୁର ପରକ୍ରିୟା ପ୍ରୀତିର ଗୁମର ଖୋଲିଲା ଶ୍ୱଶୁର ।
ପରକ୍ରିୟା ପ୍ରୀତି ପଡିଲା ମହଙ୍ଗା । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟାପଢୋଲ ଗ୍ରାମରେ ଘଟିଛି ଏମିତି ଏକ ଲଜ୍ୟାକର ଘଟଣା । ଶ୍ବଶୂର ହାତରେ ରଙ୍ଗେ ହାତ ଧାରା ପଡିଲେ ବୋହୂ ଆଉ ତାର ପ୍ରେମିକ। ଧରା ପଡିବା ପରେ ବନ୍ଧା ହୋଇ ଉଭୟ ଖାଇଲେ ବହେ ଛେଚା। ମିଳିଥିବା ଖବର ଅନୁସାରେ ମହିଳା ଜଣକ ବିବାହିତା ଓ ତାଙ୍କର ଏକ ୩ ବର୍ଷର ଛୁଆ ମଧ୍ୟ ଅଛି । ସ୍ୱାମୀ ପରିବାର ପ୍ରତିପୋଷଣ ପାଇଁ ଘରଠାରୁ ଦୂରରେ ଚାକିରି କରନ୍ତି । କିନ୍ତୁ ସ୍ୱାମୀଙ୍କ ଅନୁପସ୍ଥିତି ଯୋଗୁଁ, ମହିଳା ଜଣକ ସମୟ ଅତିବାହିତ କରିବା ପାଇଁ ସାହାଯ୍ୟ ନେଇଥିଲେ ଫେସବୁକର । ପ୍ରଥମେ ମହିଳା ଜଣଙ୍କର ଫେସବୁକରେ ଦୋସ୍ତି ହୋଇଥିଲା ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଉରୁକୁଳା ଗ୍ରାମର ଜଣେ ଯୁବକଙ୍କ ସହ । ଫେସବୁକରେ ଦୁହେଁ ଦୁହିଁଙ୍କର ଭଲ ବନ୍ଧୁ ହେବା ପରେ ଦୁଇ ଜଣଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ପ୍ରେମ ସମ୍ପର୍କରୁ ଦୁହିଁଙ୍କ ମଧ୍ୟରେ ଅନୈତିକ ଶାରୀରିକ ସମ୍ପର୍କ ଆରମ୍ଭ ହୋଇଯାଇଥିଲା । ସ୍ୱାମୀଙ୍କ ଅନୁପସ୍ଥିତିରେ ରାତିରେ ଏହି ମହିଳା ନିଜ ଘରର ବେଡ଼ରୁମକୁ ପ୍ରେମିକକୁ ଡାକୁଥିଲେ । କିନ୍ତୁ ସବୁ ରାତି ଅନ୍ଧାର ରାତି ନୁହଁ ଭଳି ଆଜି ଶ୍ୱଶୁରଙ୍କ ହାବୁଡରେ ପଡିଯାଇଥିଲେ ବହୁ ଓ ତାଙ୍କ ପ୍ରେମିକ । ଆଉ ଶ୍ୱଶୂର କରିଥିଲେ ଘଟଣାର ପର୍ଦାଫାଶ । ବହୁ ଦିନର ସନେ୍ଦହକୁ ଆଜି ମିଳିଗଲା ପ୍ରମାଣ । ଦୁହିଁଙ୍କୁ ବାନ୍ଧି ଉପଯୁକ୍ତ ମାଡ ମଧ୍ୟ ଦେଇଥିଲେ । ଏହାପରେ ଦୁଇ ପରିବାରଙ୍କ ମଧ୍ୟରେ ଆପୋସ ସମାଧାନ କରି ବୋହୁକୁ ଘରେ ରଖିଥିଲେ ।