ବୋର୍ଡ ପକ୍ଷରୁ ନିଷ୍ପତି : ରେଜଲ୍ଟକୁ ଚାଲେଞ୍ଜ କରିଥିବା ଛାତ୍ରଛାତ୍ରୀ ସବୁ ବିଷୟରେ ଦେବେ ପରୀକ୍ଷା
ବୋର୍ଡ ପକ୍ଷରୁ ନିଷ୍ପତି : ରେଜଲ୍ଟକୁ ଚାଲେଞ୍ଜ କରିଥିବା ଛାତ୍ରଛାତ୍ରୀ ସବୁ ବିଷୟରେ ଦେବେ ପରୀକ୍ଷା
କଟକ: ପ୍ରକାଶିତ ରେଜଲ୍ଟକୁ ନେଇ କେହି ପରୀକ୍ଷାର୍ଥୀ ଅସନ୍ତୁଷ୍ଟ ଥିଲେ ସେମାନଙ୍କ ପାଇଁ ବିକଳ୍ପ ପରୀକ୍ଷା ବ୍ୟବସ୍ଥା ରହିଛି । ମାତ୍ର ଉକ୍ତ ସ୍ୱତନ୍ତ୍ର ପରୀକ୍ଷା ବ୍ୟବସ୍ଥାରେ ବୋର୍ଡ କିଛି ନିର୍ଦ୍ଧିଷ୍ଟ ସର୍ତ୍ତାବଳୀ ଲାଗୁ କରିଛି । ରେଜଲ୍ଟକୁ ଚ୍ୟାଲେଞ୍ଜ କରୁଥିବା ପରୀକ୍ଷାର୍ଥୀମାନେ ସମସ୍ତ ବିଷୟରେ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ନିୟମ ରଖାଯାଇଛି । କୌଣସି ପରୀକ୍ଷାର୍ଥୀ ଚାହିଁବେ ନିଜ ଇଚ୍ଛାରେ ନିର୍ଦ୍ଧିଷ୍ଟ କିଛି ବିଷୟରେ ପରୀକ୍ଷା ଦେଇପାରିବେ ନାହିଁ । ପରୀକ୍ଷା ପାଇଁ ଆବେଦନ କରୁଥିବା ପରୀକ୍ଷାର୍ଥୀଙ୍କୁ ସାହିତ୍ୟ, ଇଂରାଜୀ, ହିନ୍ଦୀ/ସଂସ୍କୃତ, ଗଣିତ, ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ସମସ୍ତ ୬ଟି ଯାକ ବିଷୟରେ ପରୀକ୍ଷା ଦେବାକୁ ପଡ଼ିବ ବୋଲି ବୋର୍ଡ ପକ୍ଷରୁ ନିଷ୍ପତି ନିଆଯାଇଛି ।




admin 