ବୋରିସ ଜନସନଙ୍କ ଭାରତ ଗସ୍ତ ବାତିଲ

ବୋରିସ ଜନସନଙ୍କ ଭାରତ ଗସ୍ତ ବାତିଲ

ବୋରିସ ଜନସନଙ୍କ ଭାରତ ଗସ୍ତ ବାତିଲ
ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ମୁଖ୍ୟ ଅତିଥି ହୋଇଥାନ୍ତେ ବି୍ରଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଭାରତ ଗସ୍ତ ବାତିଲ କରିଛନ୍ତି ବି୍ରଟେନ ପ୍ରଧାନମନ୍ତ୍ରୀ । ଏଥର ସାଧାରଣତନ୍ତ୍ର ଦିବସରେ ଯୋଗ ଦେବେ ନାହିଁ । ବିଟ୍ରେନରେ କରୋନା ଷ୍ଟ୍ରେନକୁ ଦୃଷ୍ଟିରେ ରଖି ଗସ୍ତ ବାତିଲ କରାଯାଇଛି । ଗସ୍ତ ବାତିଲ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନ ଯୋଗେ କଥା ହେଲେ ବୋରିସ ଜନସନ । କରୋନା ସଂକ୍ରମଣ ପାଇଁ ସେ ଗସ୍ତ ବାତିଲ କରିଥିବା ମୋଦିଙ୍କୁ କହିଛନ୍ତି। ଭାରତ ଗସ୍ତ ବାତିଲ ନେଇ ବୋରିସ ଦୁଃଖପ୍ରକାଶ କରିଛନ୍ତି । ସେହିପରି ୨୦୨୧ର ପ୍ରଥମ ଭାଗରେ ଜନସନ ଭାରତ ଗସ୍ତରେ ଆସିବାକୁ ଚେଷ୍ଟା କରିବେ। ସେହିପରି ଜି-୭ ବୈଠକ ପୂର୍ବରୁ ଜନସନ ଭାରତ ଆସି ମୋଦିଙ୍କୁ ଏଥିରେ ଅତିଥ ଭାବେ ଯୋଗଦେବାକୁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ମୁଖପାତ୍ର ଜଣଙ୍କ କହିଛନ୍ତି।