୧୦ ଦିନ ଭିତରେ ଟିକାକରଣ

୧୦ ଦିନ ଭିତରେ ଟିକାକରଣ

୧୦ ଦିନ ଭିତରେ ଟିକାକରଣ
ନୂଆଦିଲ୍ଲୀ:କୋରନା ଟିକା ପାଇଁ ଆସିଲା ବଡ ଖବର । ଆଗାମୀ ୧୦ ଦିନ ଭିତରେ ଭାରତରେ ଟିକାକରଣ ଆରମ୍ଭ ହୋଇପାରେ । ସାରା ଦେଶରେ ଆଗାମୀ ୧୦ ଦିନ ଭିତରରେ ଟିକାକରଣ ହେବ ବୋଲି ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । ଜାନୁଆରୀ ୧୩/୧୪ ସୁଦ୍ଧା ଦେଶରେ ଟିକାକରଣ ଆରମ୍ଭ ହୋଇପାରେ । ଶ୍ରୀ ଭୂଷଣ କହିଛନ୍ତି ଯେ ସାରା ଦେଶରେ ୩୭ଟି ଜାଗାରେ ଟିକା ଷ୍ଟୋର କରାଯାଇଛି । ସେଠାରୁ ଟିକା ପର୍ଯ୍ୟାୟକ୍ରମେ ବିତରଣ କରାଯିବ । ଟିକା ନେବା ପାଇଁ ସ୍ୱାସ୍ଥ୍ୟ କର୍ମୀ ରେଜିଷ୍ଟ୍ରେସନ କରିବା ଅନାବଶ୍ୟକ ରହିଛି । ସ୍ୱାସ୍ଥ୍ୟ କର୍ମୀ ଓ କୋରନା ଯୋଦ୍ଧାଙ୍କୁ ରେଜିଷ୍ଟ୍ରସନ କରିବା ଅନାବଶ୍ୟକ ରହିଛି । ସେମାନଙ୍କ ଡାଟାବେସ୍ ସରକାରଙ୍କ ପାଖରେ ରହିଛି ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।