ବୃଦ୍ଧଙ୍କୁ ଦଳିଦେଲେ ହାତୀପଲ

ବୃଦ୍ଧଙ୍କୁ ଦଳିଦେଲେ ହାତୀପଲ

ବୃଦ୍ଧଙ୍କୁ ଦଳିଦେଲେ ହାତୀପଲ
ଭଞ୍ଜନଗର: ହାତୀ ଛୁଆକୁ ଦେଖିବାକୁ ଶହ ଶହ ଲୋକ ଜମା ହୋଇଗଲେ । ପିଲାକବିଲାଠାରୁ ଆରମ୍ଭ କରି ବୁଢ଼ାଯାଏ । କିଏ ଗଛରେ ଚଢ଼ିଲା ତ ଆଉ କିଏ ମୋବାଇଲରେ ଫଟୋ ଉଠାଇଲା । ଏହିଭଳି କୋଳାହଳରେ ଉତକ୍ଷିପ୍ତ ହୋଇଉଠିଲେ ହାତୀପଲ । ନବଜାତ ଛୁଆର ଜୀବନ ପ୍ରତି ବିପଦ ଆଶଙ୍କାରେ ଅତର୍କିତ ଭାବେ ଆକ୍ରମଣ କଲେ । ଏଥରକ ରୁଣ୍ଡ ହୋଇଥିବା ଲୋକଙ୍କ ବୁଦ୍ଧି ହଜିଗଲା ଏବଂ ସେଠାରୁ ଛତ୍ରଭଙ୍ଗ ଦେବାକୁ ବାଟ ପାଇଲେନି । ହେଲେ ଦୁର୍ଭାଗ୍ୟ । ହାବୁଡ଼ରେ ପଡ଼ିଗଲେ ଜଣେ ବୃଦ୍ଧା ଓ ଅନ୍ୟ ଜଣେ ନାବାଳକ । ଗୋଟିଏ ଦନ୍ତାହାତୀ ବୃଦ୍ଧା ଲୋକକୁ ଦଳି ମାରିଦେଲା । ସେ ହେଉଛନ୍ତି ନୂଆପଲ୍ଲୀ ଗ୍ରାମର ଶୁକୁରିଆ ନାୟକ (୬୦) । ନାବାଳକକୁ ଶୁଣ୍ଢରେ ଟେକି ଫିଙ୍ଗିଦେଲା ଆଉ ଏକ ହାତୀ । ଗୁରୁତର ନାବାଳକ ପ୍ରଥମେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଉଥିବା ବେଳେ ଗ୍ରାମ ଜଳସାହିର ଶିବରାମ ଗୌଡ଼ଙ୍କ ୧୨ ବର୍ଷର ପୁଅ ଗଣେଶ । ସୂଚନା ଅନୁସାରେ ଗାଲେରୀ ବନାଞ୍ଚଳ ବଦାଙ୍ଗୀ, ହରିଗଡ଼ ଓ ନୂଆପାଲ୍ଲୀ ଇଲାକାରେ ଗତ କିଛି ଦିନ ହେଲା ୨୨ ଟିକିଆ ହାତୀପଲର ଗତିବିଧି ଜାରି ରହିଛି । ନୂଆପାଲ୍ଲୀ ଠାରୁ ମାତ୍ର ୨୦୦ ମିଟର ଦୂର ଏକ କାଜୁ ବଗିଚା ଭିତରେ ଗୋଟିଏ ମାଈ ହାତୀ ଏକ ଛୁଆକୁ ଜନ୍ମଦେଇଥିଲା । ହାତୀ ଛୁଆ ଜନ୍ମ ଦେଇଥିବା ଖବର ପ୍ରଚାରିତ ହେବା ପରେ ନୂଆପାଲ୍ଲୀ ସମେତ ଆଖ ପାଖ ଗାଁରୁ ଶତାଧିକ ଲୋକ ସକାଳୁ କାଜୁ ବଗିଚାରେ ଭିଡ ଜମାଇଥିଲେ । ମଧ୍ୟାହ୍ନରେ ହାତୀ ପଲ ଲୋକଙ୍କ ଆଡକୁ ଗୋଡାଇ ଆସିଥିଲେ । କିଛି ଲୋକ ଦୌଡି ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସମୟରେ ପଡ଼ିଯାଇ ଖଣ୍ଡିଆ ଖାବରା ହୋଇଥିଲେ । ହେଲେ ଗଛ ଉପରେ ଚଢ଼ି ଦେଖୁଥିବା ଶୁକୁରିଆ ଆଉ ଦୌଡ଼ି ଆସି ପାରିନଥିଲେ । ଗୋଟିଏ ଦନ୍ତା ହାତୀ ତାକୁ ଦଳି ଦେଇଥିବା ବେଳେ ଆଉ ଏକ ଦନ୍ତା ହାତୀ ଗଣେଶକୁ ବୁଲାଇ ଫୋପାଡ଼ ଦେଇଥିଲା ।