ବୁମରାଙ୍କୁ ମିଳିଲା ଗାର୍ଡ ଅଫ ଅନର, ଜାଣନ୍ତୁ କାହିଁକି

ବୁମରାଙ୍କୁ ମିଳିଲା ଗାର୍ଡ ଅଫ ଅନର, ଜାଣନ୍ତୁ କାହିଁକି

ବୁମରାଙ୍କୁ ମିଳିଲା ଗାର୍ଡ ଅଫ ଅନର, ଜାଣନ୍ତୁ କାହିଁକି
ବୁମରାଙ୍କୁ ମିଳିଲା ଗାର୍ଡ ଅଫ ଅନର, ଜାଣନ୍ତୁ କାହିଁକି ସିଡନୀ : ଭାରତୀୟ ପେସ ବୋଲର ଯଶପ୍ରୀତ ବୁମରାଙ୍କୁ ମିଳିଛି ଗାର୍ଡଳ ଅଫ ଅନର । ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚରେ ବୁମରାଙ୍କୁ ଦଳୀୟ ଖେଳାଳିଙ୍କ ଠାରୁ ଏହି ଗାର୍ଡ ଅଫ ଅନର ମିଳିଛି । ଏହି ମ୍ୟାଚରେ ବୁମରା ନିଜ ପ୍ରଥମ ଶ୍ରେଣୀ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ । ଅର୍ଦ୍ଧଶତକ ହାସଲ କରିଥିବା ବୁମରାଙ୍କୁ ଦଳୀୟ ଖେଳାଳି ମାନେ ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ ଯାହାକି ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ଏହି ଅଭ୍ୟାସ ମ୍ୟାଚରେ ବୁମରା ୫୭ ବଲର ସମ୍ମୁଖୀନ ହୋଇ ୬ଟି ଚୌକା ଏବଂ ଦୁଇଟି ଛକ୍କା ସହାୟତାରେ ଅପରାଜିତ ୫୫ ରନ ସଂଗ୍ରହ କରିଥିଲେ । ଏହା ସହିତ ଶେଷ ୱିକେଟରେ ମହମ୍ମଦ ସିରାଜଙ୍କ ସହିତ ୭୧ ରନର ଭାଗିଦାରୀ କରିଥିଲେ । ଭାରତୀୟ ଟପ ଅର୍ଡର ଫେଲ ମାରିବା ସହିତ ଦଳ ୧୨୩ ରନରେ ୯ ୱିକେଟ ହରାଇଥିବା ବେଳେ ବୁମରା ପଡିଆର ଚତୁର୍ଦ୍ଧିଗକୁ ସଟ ମାରି ନିଜର ପ୍ରଥମ ଲିଷ୍ଟ ଏ ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ସହିତ ବୁମରା ଦୁଇଟି ୱିକେଟ ମଧ୍ୟ ଅକ୍ତିଆର କରିଥିଲେ । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଏ ମାତ୍ର ୧୦୮ ରନରେ ଅଲଆଉଟ ହୋଇଯାଇଥିଲା ।