ଏହି ସ୍ଥାନରେ ପିଲାଙ୍କୁ ମାଡ ମାରିଲେ ବାପା ମାଙ୍କୁ ଜରିମାନା

ଏହି ସ୍ଥାନରେ ପିଲାଙ୍କୁ ମାଡ ମାରିଲେ ବାପା ମାଙ୍କୁ ଜରିମାନା

ଏହି ସ୍ଥାନରେ ପିଲାଙ୍କୁ ମାଡ ମାରିଲେ ବାପା ମାଙ୍କୁ ଜରିମାନା
ନୂଆଦିଲ୍ଲୀ : ଭାରତ ସମେତ କିଛି ଦେଶରେ ମାତା ପିତା ବା ଶିକ୍ଷକମାନେ ଶିଶୁଙ୍କୁ ସୁଧାରିବା ପାଇଁ ମାଡର ସାହାଯ୍ୟ ନେଇଥା’ନ୍ତି। କିନ୍ତୁ ମେକ୍ସିକୋରେ ଏବେ ଭୁଲ୍‌ରେ ବି ମାତା ପିତାମାନେ ମଧ୍ୟ ସେମାନଙ୍କର ସନ୍ତାନକୁ ମାଡ ମାରିପାରିବେ ନାହିଁ । ଯଦି ଏମିତି କରନ୍ତି ତେବେ ଏଥିପାଇଁ ସେମାନଙ୍କୁ ଜରିମାନା ଦେବାକୁ ପଡିବ । ମେକ୍ସିକୋର ସଂସଦ ଶିଶୁଙ୍କୁ ମାଡ ଉପରେ ରୋକ୍‌ ଲଗାଇବା ନେଇ ଏକ ନୂତନ ଆଇନ୍‌କୁ ସର୍ବସମ୍ମତି କ୍ରମେ ମଞ୍ଜୁରୀ ଦେଇଛନ୍ତି। ଏହି ଆଇନ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯାଇଛି । ଏପରିକି ଏହି ଆଇନ୍‌ ଅନୁସାରେ ଶିଶୁଙ୍କୁ ପେଲିବା, ଟାଣିବା ବା କାନ କିମ୍ବା ବାଳ ମୋଡିବା, ଚିମୁଟିବା ଆଦିକୁ ମଧ୍ୟ ବେଆଇନ୍‌ ଘୋଷିତ କରାଯାଇଛି । ଏହି ଆଇନ୍‌ଟି ୟୁଏନ୍‌ ଚିଲିଡ୍ରେନ୍‌ ଫଡ୍‌ର ୨୦୧୭ର ରିପୋର୍ଟ ଅନୁସାରେ ଏହି ଆଇନ୍‌ଟି ପ୍ରସ୍ତୁତ କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ଦୁନିଆର ଦୁଇରୁ ଚାରି ବର୍ଷର ୩୦ କୋଟି ଶିଶୁ ନିଜ କେୟାରଟେକର ଦ୍ବାରା ମାନସିକ ଓ ଶାରିରୀକ ଦୁଇ ପ୍ରକାରର ହିଂସାର ସାମ୍‌ନା କରିଥାଏ ।