ବିଳମ୍ବିତ ରାତି ରାଜଧାନୀର ବିଭିନ୍ନ ବାର୍ରେ ଚଢ଼ଉ
ବିଳମ୍ବିତ ରାତି ରାଜଧାନୀର ବିଭିନ୍ନ ବାର୍ରେ ଚଢ଼ଉ
ଭୁବନେଶ୍ୱର:ବିଳମ୍ବିତ ରାତି ପର୍ୟ୍ୟନ୍ତ ରାଜଧାନୀର ବିଭିନ୍ନ ବାର୍ରେ ଚଢ଼ଉ କଲା ପୋଲିସ ସ୍ବତନ୍ତ୍ର ସ୍କ୍ବାର୍ଡ। ଚଢ଼ଉ ସମୟରେ ବାର୍ ନାଚଗୀତରେ ମସଗୁଲ୍ ଥିଲେ ୧୦୦ ଅଧିକ ଯୁବକ- ଯୁବତୀ। ବାର୍ ମାଲିକ ଓ କର୍ମଚାରୀଙ୍କୁ ନେଇ ତାଗିଦ୍ କରାଯାଇଛି। ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଗତକାଲି ରାତି ପ୍ରାୟ ୧:୪୫ ସମୟରେ ରେବୋର୍ନ୍ କ୍ଲବ୍ ଏବଂ ଇନଫୋସିଟି ଥାନା ଅନ୍ତର୍ଗତ କିଚେନ୍ ଅଣ୍ଡର ବାର୍ ଚାଲୁଥିବା ବେଳେ ଚଢ଼ଉ କରିଥିଲା ପୋଲିସ। ସମୟ ସୀମା ସତ୍ତ୍ୱେ ଗ୍ରାହକମାନେ ବାର୍ ଭିତରେ ନାଚ ଗୀତରେ ମସଗୁଲ ଥିଲେ।
ପରବର୍ତ୍ତୀ ସମୟରେ ପ୍ରାୟ ୨ଟା ୩୦ ରେ ଇନଫୋସିଟି ଥାନା ଅନ୍ତର୍ଗତ ହୋଟେଲ ଜୋରିସ୍ ବୋଟିକରେ ଥିବା ଟ୍ୟାପ୍ନୋଚ୍ ବାର୍ ମଧ୍ୟ ବିଳମ୍ବିତ ରାତି ପର୍ୟ୍ୟନ୍ତ ଚାଲୁଥିବା ଦେଖିବାକୁ ମିଳିଥିଲା। ଡ୍ୟାନ୍ସ ଫ୍ଲୋର ଏବଂ ବାରରେ ୧୦୦ ରୁ ଅଧିକ ଗ୍ରାହକ ଉପଭୋଗ କରୁଥିଲେ। ଏହି ସମୟ ପର୍ୟ୍ୟନ୍ତ କର୍ମଚାରୀମାନେ ଗ୍ରାହକଙ୍କୁ ଖାଦ୍ୟ ଏବଂ ମଦ ପରିବେଷଣ କରୁଥିଲେ। କମିଶନରେଟ୍ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବାର୍ ମାଲିକ ତାଗିଦ୍ କରାଯାଇଛି।




admin 