ବିଳମ୍ବରେ ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗଙ୍କୁ ଏଲଜେପିର ପତ୍ର

ବିଳମ୍ବରେ ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗଙ୍କୁ ଏଲଜେପିର ପତ୍ର

ବିଳମ୍ବରେ ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗଙ୍କୁ ଏଲଜେପିର ପତ୍ର
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ବିଳମ୍ବରେ କରିବାକୁ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ପକ୍ଷରୁ ନିର୍ବାଚନ ଆୟୋଗ (ଇସି)ଙ୍କୁ ନିବେଦନ କରାଯାଇଛି । ଏଲଜେପି ପକ୍ଷରୁ ଇସିଙ୍କୁ ଦିଆଯାଇଥିବା ପତ୍ରରେ କୁହାଯାଇଛି ଯେ ଅକ୍ଟୋବର-ନଭେମ୍ବର ମାସରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନକୁ ବିଳମ୍ବିତ କରାଯାଉ । ରାଜ୍ୟରେ ବିଧାନସଭା ନିର୍ବାଚନକୁ ଯଦି ଏହି ସମୟରେ କରାଯିବ ତେବେ ଲୋକଙ୍କୁ ମୃତୁ୍ୟ ମୁଖକୁ ଠେଲି ଦେବା ଭଳି ହେବ । କରୋନା ମହାମାରୀ ଓ ରାଜ୍ୟରେ ଦେଖାଯାଇଥିବା ପ୍ରଳୟଙ୍କାରୀ ବନ୍ୟାକୁ ମୁକାବିଲା କରିବା ଲାଗି ସମସ୍ତ କଳବଳକୁ ନିୟୋଜିତ କରାଯିବା ଦରକାର । ବିହାରରେ ଏବେ ପ୍ରଳୟଙ୍କାରୀ ବନ୍ୟା ଦେଖାଯାଇଥିବା ବେଳେ ଏଥିରେ ୪୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି କରୋନା ମହାମାରୀ ଏବେ ବିପଦଜ୍ଜନକ ଅବସ୍ଥାରେ ରହିଛି । ଏହା ପୂର୍ବରୁ ବିରୋଧୀ ଆରଜେଡି ବିହାର ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ଲାଗି ଦାବି କରିଥିଲା । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱ ଶାସକ ଦଳ ଜେଡିୟୁ କହିଛି ଯେ ରାଜ୍ୟର ନିର୍ବାଚନ ଯଥା ସମୟରେ କରାଯାଉ । ସରକାରରେ ଜେଡିୟୁର ଅଂଶୀଦାର ଥିବା ବିଜେପି କହିଛି ଯେ ବିହାର ବିଧାନସଭା ନିର୍ବାଚନ କେବେ ହେବ ତାହା ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ।