ବନ୍ଦ ହେବ ପୂର୍ବତନ ସାଂସଦଙ୍କ ବ୍ୟାଙ୍କ ଖାତା

ବନ୍ଦ ହେବ ପୂର୍ବତନ ସାଂସଦଙ୍କ ବ୍ୟାଙ୍କ ଖାତା

ବନ୍ଦ ହେବ ପୂର୍ବତନ ସାଂସଦଙ୍କ ବ୍ୟାଙ୍କ ଖାତା
ଭୁବନେଶ୍ୱର: ପୂର୍ବତନ ଲୋକସଭା ସାଂସଦ ଓ ରାଜ୍ୟସଭା ସାଂସଦଙ୍କ ବ୍ୟାଙ୍କ ଖାତା ଗୁଡ଼ିକ ବନ୍ଦ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ସରକାର ନିଦେ୍ର୍ଧଶ ଦେଇଛନ୍ତି । ଏ ସଂକ୍ରାନ୍ତରେ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ଡି. କେ ଜେନା ଚଳିତ ମାସ ୨୭ ତାରିଖରେ ସବୁ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶନାମା ଜାରି କରିଛନ୍ତି । ଶ୍ରୀ ଜେନା ଦର୍ଶାଇଛନ୍ତି ଯେ ଯେଉଁ ପୂର୍ବତନ ସାଂସଦମାନଙ୍କର ୨୧ ମାସର ଅବଧି ଶେଷ ହୋଇଯାଇଥିବ ସେମାନଙ୍କ ବ୍ୟାଙ୍କ ଖାତା ତୁରନ୍ତ ବନ୍ଦ କରିବାକୁ ସେ ଦର୍ଶାଇଛନ୍ତି । ସେ ଭାରତ ସରକାରଙ୍କ ଏମପି ଲ୍ୟାଡ ଯୁଗ୍ମ ସଚିବ ତନବିର ଏହମ୍ମଦଙ୍କ ପତ୍ରକୁ ଆଧାର କରି ଦର୍ଶାଇଛନ୍ତି ଯେ ପୂର୍ବତନ ଲୋକସଭା ସାଂସଦଙ୍କ ଆକାଉଣ୍ଟକୁ ବନ୍ଦ କରିବା ସହିତ ସେମାନଙ୍କ ଖାତାରେ ଥିବା ବଳକା ଅର୍ଥକୁ କେନ୍ଦ୍ର ସରକାରଙ୍କ ନିତି ଅନୁଯାୟୀ ବର୍ତ୍ତମାନ ସାଂସଦଙ୍କ ଆକାଉଣ୍ଟରେ ଜମା କରାଯିବ । ସେ ଦର୍ଶାଇଛନ୍ତି ଯେ ସାଂସଦ ପାଣ୍ଠି ବିନିଯୋଗ ହୋଇ ପାରୁନଥିବା ଜିଲ୍ଲା ଗୁଡ଼ିକରେ କିଭଳି ଅର୍ଥ ଖର୍ଚ୍ଚ ହୋଇପାରିବ ସେ ସଂକ୍ରାନ୍ତରେ ରାଜ୍ୟ ସଭା ସାଂସଦ ଅମର ପଟ୍ଟନାୟକ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ଜଣାଇଥିଲେ । ଏହା ସହିତ ଉକ୍ତ ବଳକା ପାଣ୍ଠିର ସୁବିନିଯୋଗ କରିବା ପାଇଁ ଭାରତ ସରକାରଙ୍କ ପରିସଂଖ୍ୟାନ କାର୍ଯ୍ୟକ୍ରମ (ଏସବିଆଇ)ରେ ଅବଗତ କରାଇଥିଲେ । ସେ ତାଙ୍କ ପତ୍ରରେ ଦର୍ଶାଇଥିଲେ ଯେ କେନ୍ଦ୍ର ସରକାରଙ୍କ ସର୍କୁଲାର ଅନୁଯାୟୀ ଗଚ୍ଛିତ ପାଣ୍ଠିକୁ ବର୍ତ୍ତମାନର ସାଂସଦ ବିନିଯୋଗ କରିପାରିବେ । ସୁନ୍ଦରଗଡ଼ର ପୂର୍ବତନ ସାଂସଦ ଦିଲ୍ଲୀପ ତିର୍କୀଙ୍କ ସମୟରେ ବହୁ ପରିମାଣ ରେ ପାଣ୍ଠି ବିନିଯୋଗ ହୋଇପାରିନାହିଁ । ଯାହାର ସୁ ବିନିଯୋଗ କରିବା ପରେ ଶ୍ରୀ ପଟ୍ଟନାୟକ ଏହି ପଦକ୍ଷେପ ନେଇଥିଲେ । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନିଦେ୍ର୍ଧଶନାମା ଜାରି ହୋଇଛି ।