ବିଲରେ ଚାଷୀଙ୍କୁ ଦଳିଦେଲା ହାତୀ

ବିଲରେ ଚାଷୀଙ୍କୁ ଦଳିଦେଲା ହାତୀ

ବିଲରେ ଚାଷୀଙ୍କୁ ଦଳିଦେଲା ହାତୀ

ଅନୁଗୁଳ :ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ଆଜି  ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ ପରା ଗାଁ ନିକଟରେ  ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତକ ସେହି ଗାଁର ସୋମନାଥ ସାହୁ । ସୋମନାଥ ଘର ପାଖ ପଣସତଇଲାରେ ବାଇଗଣ ବଗିଚାରେ ଚାଷ କରୁଥିବା ବେଳେ, ଏକ ନରହନ୍ତା ଦନ୍ତା ହାତୀ ଆସି ସୋମନାଥଙ୍କୁ ଦଳି ଚକଟି ମାରି ଦେଇଛି ।

ହାତୀଟି ପାଖ ଜଙ୍ଗଲରେ ଥିବା ବେଳେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ପରା - ଅନ୍ତୁଳିଆ ରାସ୍ତା ଅବରୋଧ କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସେହିପରି ଗତକାଲି ମଧ୍ୟ କଟକର ନିଶ୍ଚିନ୍ତକୋଇଲି ଥାନା କଟିକଟା ପଂଚାୟତର ରାମରାଙ୍ଗ ପାଟସାଇଲୋ ଗାଁ ରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିଲା।  ବିଲରେ ଘାସ କାଟୁଥିବା ବେଳେ ହାତୀ ଆକ୍ରମଣ କରିଥିଲା।