ବିରୋଧୀଙ୍କ ହୋହାଲ୍ଲା ଭିତରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ପାରିତ

ବିରୋଧୀଙ୍କ ହୋହାଲ୍ଲା ଭିତରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ପାରିତ

ବିରୋଧୀଙ୍କ ହୋହାଲ୍ଲା ଭିତରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ପାରିତ
ଭୁବନେଶ୍ୱର: ମଙ୍ଗଳବାର ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ -୨୦୨୦ ପାରିତ ହୋଇଛି । ବିରୋଧୀଙ୍କ ହୋହାଲ୍ଲା ଭିତରେ ବିଲ ପାରିତ ହୋଇଯାଇଛି । ୪ ଦିନର ଆଲୋଚନା ପରେ ଆଜି ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ -୨୦୨୦ ଗୃହରେ ପାରିତ ହୋଇଯାଇଛି । ତେବେ ଉକ୍ତ ବିଲକୁ କଳା ଆଇନ କହି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବିରୋଧ କରିଛନ୍ତି । ଅନ୍ୟପକ୍ଷରେ ଆଜିର ଆଲୋଚନାରେ ବିଜେପି ଭାଗ ନେଇନଥିବା ଜଣାଯାଇଛି । ଏହା ପୂର୍ବରୁ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ଆଜି ଗୃହରେ ନିଜର ବିବୃତି ରଖିବା ଅବସରରେ ମନ୍ତ୍ରୀ ଶ୍ରୀ ସାହୁ କହିଇôଲେ ଯେ, ଅନ୍ୟ ରାଜ୍ୟରେ ଭିସି ଚୟନରେ ସରକାର ହସ୍ତକ୍ଷେପ କରୁଛନ୍ତି । କିନ୍ତୁ ଓଡ଼ିଶାରେ ନିରପେକ୍ଷତା ଓ ସ୍ୱଚ୍ଛତାରେ ଭିସି ଚୟନ ହୋଇଥାଏ । ନିଯୁକ୍ତି ରାଜ୍ୟପାଳ କରନ୍ତି, ସ୍ୱାୟତ୍ତତା ନଷ୍ଟ ହେଉନାହିଁ । ଅଧ୍ୟାପକ ନିଯୁକ୍ତି ଓପିଏସସି ଦ୍ୱାରା କରିବାକୁ ରାଜ୍ୟପାଳ ପ୍ରସ୍ତାବ ଦେଇଥିଲେ । ସଂଶୋଧିତ ବିଲରେ ସିନେଟର ଉଚ୍ଛେଦ ଓ ସିଣ୍ଡିକେଟକୁ ମଜଭୂତ କରାଯାଇଛି । ଜାତୀୟ ଶିକ୍ଷା ନୀତିକୁ ଅଧିକ ତର୍ଜମା ପାଇଁ କମିଟି ଗଠନ କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଥିଲେ ।