ବିବାହ ପୂର୍ବରୁ ସାଥୀଙ୍କୁ ପଚାରନ୍ତୁ ଏହି ପ୍ରଶ୍ନ
ବିବାହ ପୂର୍ବରୁ ସାଥୀଙ୍କୁ ପଚାରନ୍ତୁ ଏହି ପ୍ରଶ୍ନ
admin
Jun 6, 2019 - 10:28
Updated: Jun 6, 2019 - 10:28
ବିବାହ ପୂର୍ବରୁ ବ୍ୟକ୍ତିତ୍ୱ, ଧନ ସମ୍ପତ୍ତି ଓ ପରିବାର ଦେଖିଥାଉ । ଏହାଛଡ଼ା ଆହୁରି ଅନେକ କଥା ରହିଥାଏ, ଯାହା ସାଥୀଙ୍କ ଠାରୁ ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ । କିନ୍ତୁ ପ୍ରାୟତଃ ପରିବାର ଲୋକଙ୍କ କଥାରେ ହେଉ ଅବା ସାଥୀ ପ୍ରେମରେ ପଡ଼ି ଏହି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଅଣଦେଖା କରିଥାଉ । ତେବେ ଆସନ୍ତୁ ଜାଣିବା ବିବାହ ପୂର୍ବରୁ କେଉଁ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ଏବଂ ନିଜ ସାଥୀଙ୍କୁ କଣ ପ୍ରଶ୍ନ କରିବେ ।
୧- ଯାହାକୁ ବିବାହ କରିବାକୁ ଯାଉଛନ୍ତି ବା ଆପଣଙ୍କ ସାଥୀ ମାନସିକ ରୂପେ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି କି ନାହିଁ । ପରିବାର ସଦସ୍ୟ ବା ମାତା ପିତାଙ୍କ ଚାପରେ ପଡ଼ି ସେ ବିବାହ ପାଇଁ ରାଜି ହୋଇଛନ୍ତି କି ତାହା ଜାଣିବା ନିହାତି ଆବଶ୍ୟକ ।
୨- ଯୁବତୀମାନେ ବିବାହ ପୂର୍ବରୁ ଭାବି ସ୍ୱାମୀର ଚାକିରି ସମ୍ବନ୍ଧୀୟ ସଠିକ ତଥ୍ୟ ରଖିବା ଅତ୍ୟନ୍ତ ଆବଶ୍ୟକ ।
କେବଳ ଚାକିରି ନୁହେଁ ଦରମା ବିଷୟରେ ଜାଣିବା ନିହାତି ଜରୁରୀ । କଥାରେ ବିଶ୍ୱାସ କରିବା ଉଚିତ ନୁହେଁ ।
୩- ବିବାହ ପରେ ଅଲଗା ରହିବାକୁ ନା ପରିବାର ସହ ପସନ୍ଦ କରିବେ, ଏନେଇ ସାଥୀଙ୍କୁ ପ୍ରଶ୍ନ କରିବା ଉଚିତ ।
୪- ଯଦି ଭାବିସ୍ୱାମୀ ଚାକିରି କରୁନାହାନ୍ତି ତେବେ ତାଙ୍କର ଆର୍ଥିକ ସ୍ଥିତି ବିଷୟରେ ଜାଣିବା ଆବଶ୍ୟକ । ସେ ଅନ୍ୟ କାହା ଉପରେ ନିର୍ଭରଶୀଳ ନୁହନ୍ତି ତ ଏନେଇ ପଚାରି ବୁଝନ୍ତୁ ।
୫- ନିଜ ସାଥୀର ପସନ୍ଦ ଓ ନାପସନ୍ଦ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ ।
୬-ବିବାହ ପୂର୍ବରୁ ଜାଣିବା ନିହାତି ଜରୁରୀ । ଆପଣଙ୍କ ସାଥୀ ଫ୍ୟାମିଲି ପ୍ଲାନିଂ ବିଷୟରେ କଣ ଚିନ୍ତା କରନ୍ତି । ପୂର୍ବରୁ ଏନେଇ ସୂଚନା ଥିଲେ ଆପଣ ମାନସିକ ରୂପେ ପ୍ରସ୍ତୁତ ହୋଇପାରିବେ ।