ବିବାହ ପାଇଁ ମନା କରିବାରୁ ବୟଫ୍ରେଣ୍ଡ ଉପରକୁ ଏସିଡ ଫିଙ୍ଗିଲା ଯୁବତୀ

ବିବାହ ପାଇଁ ମନା କରିବାରୁ ବୟଫ୍ରେଣ୍ଡ ଉପରକୁ ଏସିଡ ଫିଙ୍ଗିଲା ଯୁବତୀ

ବିବାହ ପାଇଁ ମନା କରିବାରୁ ବୟଫ୍ରେଣ୍ଡ ଉପରକୁ ଏସିଡ ଫିଙ୍ଗିଲା ଯୁବତୀ
ଅଗରତାଲା : ତ୍ରିପୁରାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହ ପାଇଁ ମନା କରିବାରୁ ନିଜର ବୟଫ୍ରେଣ୍ଡ ଉପରକୁ ଏସିଡ ଫିଙ୍ଗିଛନ୍ତି ଜଣେ ଯୁବତୀ । ମଙ୍ଗଳବାର ଏହି ଘଟଣା ଘଟିଥିବା ବେଳେ ଯୁବତୀ ଜଣଙ୍କୁ ୧୪ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି । ପୀଡିତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଗରତାଲା ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯଶଇଛି । ଯୁବକଙ୍କ ନାକ, ଶ୍ୱାସନଳୀ ଏବଂ ଆଖି ଗଭୀର ଭାବରେ ଆଘାତପ୍ରାପ୍ତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ଏହି ୨୭ ବର୍ଷୀୟ ଯୁବତ ଏବଂ ପୀଡିତ ବିଗତ ୮ ବର୍ଷ ଧରି ପ୍ରେମ କରୁଥିଲେ । ତେବେ ଦୁର୍ଗାପୂଜା ସମୟରେ ଯୁବତୀ ଜଣକ ବିବାହ କଥା ଉଠାଇଥିବା ବେଳେ ଯୁବକ ଜଣକ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏଥିରେ ଉତକ୍ଷିପ୍ତ ଯୁବତୀ ଏସିଡରେ ଯୁବକଙ୍କୁ ଆକ୍ରମଣ କରିଥିଲେ । ଖୋୱାଇର ସ୍ଥାନୀୟ କୋର୍ଟ ଯୁବତୀଙ୍କୁ ୧୪ ଦିନିଆ ରିମାଣ୍ଡରେ ପଠାଇଛନ୍ତି ।