ବିବନ ନିଜକୁ ‘ବାରଙ୍ଗ କିଙ୍ଗ’ ନାମରେ ନାମିତ କରିଥିଲା : ସୁଧାଂଶୁ ଷଡ଼ଙ୍ଗୀ
ବିବନ ନିଜକୁ ‘ବାରଙ୍ଗ କିଙ୍ଗ’ ନାମରେ ନାମିତ କରିଥିଲା : ସୁଧାଂଶୁ ଷଡ଼ଙ୍ଗୀ
admin
Feb 22, 2021 - 09:43
Updated: Feb 22, 2021 - 09:43
ଭୁବନେଶ୍ୱର:୧୯୯୯ ମସିହା ଜାନୁଆରୀ ୯ ତାରିଖରେ ସଂଗଠିତ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ସୋମବାର କମିଶନରେଟ ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ୨୨ ବର୍ଷ ପରେ ଗିରଫ କରାଯାଇଛି । ତେବେ ବିବନ ନିଜକୁ ‘ବାରଙ୍ଗ କିଙ୍ଗ’ ନାମରେ ନାମିତ କରିଥିଲା ।
ଏନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ମାମଲାରେ ବିବନ ମୁଖ୍ୟ ଥିଲା, ଅନ୍ୟ ୨ ସହଯୋଗୀ ଥିଲେ । ୩ ମାସ ତଳେ ଚୌଦ୍ୱାରା ଜେଲରେ ଦୋଷୀ ଧିରେନ୍ଦ୍ରକୁ ଭେଟିଥିଲି । ତାକୁ ଭେଟିବା ପରେ ବିବନକୁ ଖୋଜି ବାହାର କରିବାକୁ ଚିନ୍ତା କଲୁ । ସହଯୋଗୀମାନେ ବିବନକୁ ବିକେ ନାମରେ ଡାକୁଥିବା ଜାଣିବାକୁ ପାଇଲୁ । ବିକେର ଫୁଲ ଫର୍ମ ‘ବାରଙ୍ଗ କିଙ୍ଗ’ ବୋଲି ଜାଣିବାକୁ ପାଇଲୁ । ଏହାପରେ ବଛା ବଛା ଅଫିସରଙ୍କୁ ନେଇ ଅପରେସନ ‘ସାଇଲେଣ୍ଟ ଭାଇପର’ କଲୁ । ମଝିରେ ଶୁଣିଲୁ ଯେ ବିବନ ତ୍ରିଶ୍ରୁଳିଆରେ ଆସି କିଛି ଦିନ ରହୁଥିଲା । ବିବନ ପୁଅମାନେ ତାଠାରୁ କେମିତି ପଇସା ପାଉଛନ୍ତି ଖୋଳତାଡ଼ କଲୁ । ପରେ ଜଣାପଡ଼ିଲା ଯେ ନାମ ବଦଳାଇ ସେ ଆମ୍ବିଭ୍ୟାଲିରେ ରହୁଛି । ବିବନ ଖସିଯିବା ପଛରେ କିଛି ଲୋକଙ୍କ ହାତ ଥିବା ସିପି ଶ୍ରୀ ଷଡ଼ଙ୍ଗୀ ସନେ୍ଦହ କରିଛନ୍ତି । ସେ କହିଛନ୍ତି ଯେ, କିଛି ଲୋକଙ୍କ ସହଯୋଗ ଥିବ, ନହେଲେ ସେ ଓଡ଼ିଶାରୁ ପଳାଇଲଶ କେମିତି । ମୁଁ ଆଶା କରିବି ବିବନ ଆଉ ଜେଲରୁ ନବାହାରୁ, ସାରା ଜୀବନ ରହୁ । ମହିଳାଙ୍କୁ ନ୍ୟାୟ ଦେବାକୁ ଅଧିକ ସତର୍କ ହେବାକୁ ପଡ଼ିବ ବୋଲି ସିପି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।
ପ୍ରକାଶ ଯେ, ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ବାରଙ୍ଗ ଥାନା ଅଞ୍ଚଳରେ ଏକ କାର ଭିତରେ ଗଣଦୁଷ୍କର୍ମ ଘଟିଥିଲା । ଅଭିଯୁକ୍ତମାନେ ବେଲଗଛିଆ ମହଲା ଓ ଭାଲୁକା ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ । ୩/୪ ଘଣ୍ଟା ଧରି ଅମାନୁଷିକ ଭାବେ ଜଘନ୍ୟ କାଣ୍ଡ ଘଟାଇଥିଲେ । ଗଣଦୁଷ୍କର୍ମ ପରେ ଫେରାର ବିବନ ପୁଣେରେ ରହୁଥିଲା । ପୁଣେ ଆମ୍ବି ଭ୍ୟାଲିରେ ବିବନ ନାମ ବଦଳାଇ ରହୁଥିଲା । ଜଳନ୍ଧର ସ୍ୱାଇଁ ପରିଚୟ ଦେଇ ପାଇପ ମିସ୍ତ୍ରୀଭାବେ କାମ କରୁଥିଲା । ପରିଚୟପତ୍ର, ଆଧାରକାର୍ଡ ଓ ପାସବୁକ ଜଳନ୍ଧର ନାମରେ କରିଥିଲା ।