ଶ୍ରୀ ମନ୍ଦିର ନୀଳଚକ୍ର ଉପରେ ଚଢ଼ିଗଲେ ଯୁବକ

ଶ୍ରୀ ମନ୍ଦିର ନୀଳଚକ୍ର ଉପରେ ଚଢ଼ିଗଲେ ଯୁବକ

 ଶ୍ରୀ ମନ୍ଦିର ନୀଳଚକ୍ର ଉପରେ ଚଢ଼ିଗଲେ ଯୁବକ
ପୁରୀ: ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଶନିବାର ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଆଜି ଜଣେ ଯୁବକ ଶ୍ରୀମନ୍ଦିର ଚୂଡ଼ାକୁ ଚଢ଼ିଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ଅବମାନନା କରି ସମ୍ପୃକ୍ତ ଯୁବକ ମନ୍ଦିର ଉପରକୁ ଚଢ଼ିଥିଲେ। ନୀଳଚକ୍ରରୁ ଏକ ପତାକା ଖୋଲି ଓହ୍ଲାଉ ଥିବା ସମୟରେ ଜଣେ ସେବକ ଦେଖିଥିଲେ। ଏ ନେଇ ଶ୍ରୀମନ୍ଦିର କର୍ମଚାରୀ ଏବଂ ସୁରକ୍ଷା କର୍ମଚାରୀଙ୍କୁ ଖବର ଦେଇଥିଲେ। ଯୁବକ ଜଣଙ୍କ ତଳକୁ ଓହ୍ଲାଇବା ପରେ ତାଙ୍କୁ ସିଂହଦ୍ୱାର ଥାନାକୁ ନିଆଯାଇ ପଚରାଉଚରା କରାଯାଉଛି। ସମ୍ପୃକ୍ତ ଯୁବକଙ୍କ ଘର ଭଦ୍ରକ ଜିଲାରେ ହୋଇଥିବା ବେଳେ ତାଙ୍କ ନାମ ହାତିଆ ମହନ୍ତ ବୋଲି ଜଣାପଡ଼ିଛି। ତେବେ କେଉଁ ପରିସ୍ଥିତିରେ ଏବଂ କାହିଁକି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚଢ଼ିଥିଲେ ସେ ନେଇ ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି ।