ବିଧାନସଭାରେ ଆଜି ବି ଅଚଳାବସ୍ଥା : ଗୃହ ସାଢେ ୧୧ଟା ଯାଏଁ ମୁଲତବି

ବିଧାନସଭାରେ ଆଜି ବି ଅଚଳାବସ୍ଥା : ଗୃହ ସାଢେ ୧୧ଟା ଯାଏଁ ମୁଲତବି

ବିଧାନସଭାରେ ଆଜି ବି ଅଚଳାବସ୍ଥା : ଗୃହ ସାଢେ ୧୧ଟା ଯାଏଁ ମୁଲତବି
ଭୁବନେଶ୍ୱର: ବିଧାନସଭାରେ ଆଜି ବି ଅଚଳାବସ୍ଥା । ଲଗାତାର ଚତୁର୍ଥ ଦିନରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଗୃହ ମଧ୍ୟଭାଗରେ ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜି । ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି କରିଛନ୍ତି । ଆଜି ବି ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଆଜି ସେହିପରି ଗୃହ ମଧ୍ୟଭାଗକୁ ଶାସକ ଓ ବିରୋଧୀ ଆସି ହୋହଲ୍ଲା କରିଛନ୍ତି । ମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ କରିଛନ୍ତି । ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଶାସକ ଦଳ ସଦସ୍ୟ ହୋହଲ୍ଲା କରିଛନ୍ତି ।