ବିଦ୍ୟୁତ୍‌ ତାର ନେଇଗଲା ଦୁଇ ମାଇ ହାତୀଙ୍କ ଜୀବନ

ବିଦ୍ୟୁତ୍‌ ତାର ନେଇଗଲା ଦୁଇ ମାଇ ହାତୀଙ୍କ ଜୀବନ

ବିଦ୍ୟୁତ୍‌ ତାର ନେଇଗଲା ଦୁଇ ମାଇ ହାତୀଙ୍କ ଜୀବନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଜୁଡ଼ିଆ ଘାଟି ନିକଟରେ ଓ.ୟୁ.ଏ.ଟି କ୍ୟାମ୍ପସ୍‌ ଭିତରେ ବିଦ୍ୟୁତ୍‌ ଆଘାତରେ ଦୁଇ ମାଇହାତୀଙ୍କର ମୃତ୍ୟୁ ଘଟିଛି  । ପ୍ରାୟ ତିରିଶ ବର୍ଷ ବୟସ୍କ ଦୁଇ ହାତୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ହାତୀ ଦ୍ବୟ ମାଇ ହାତୀ ବୋଲି ଜନା ପଡ଼ିଛି। ବନ ବିଭାଗ କର୍ମଚାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି।

ଗୁରୁବାର  ଭୋର୍ ସକାଳେ ଏହି ଘଟଣା ଘଟିଥିବା କୁହାଯାଉଛି। କଲୋନୀ ମଧରେ ଯାଇଥିବା ବିଦ୍ୟୁତ୍ ତାରକୁ ଶୁଣ୍ଢ ରେ ଟାଣି ଦେବା ଫଳରେ ଆଘାତରେ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ଏହି ଗ୍ରୁପ ରେ ନଅଟି ହାତୀ ଥିଲେ। ଅନ୍ୟ ମାନେ ପାଖ ଜଙ୍ଗଲ ରେ ଥିବା ଜଣା ପଡିଛି। ଖବର ପାଇ ଲୋକଙ୍କ ଭିଡ ଜମୁଛି।