ବିଜ୍ଞାପନରେ ୮୦ ହଜାର କୋଟି ଖର୍ଚ୍ଚ ହେବ

ବିଜ୍ଞାପନରେ ୮୦ ହଜାର କୋଟି ଖର୍ଚ୍ଚ ହେବ

ବିଜ୍ଞାପନରେ ୮୦ ହଜାର କୋଟି ଖର୍ଚ୍ଚ ହେବ
ନୂଆଦିଲ୍ଲୀ: ବିଜ୍ଞାପନ ବଜାର ଦ୍ରୁତ ଗତିରେ ସୁଧାର ପଥକୁ ଫେରିଛି । ନିଜ ଉପôାଦ ଓ ସେବାର ପ୍ରଚାର ଲାଗି ବ୍ୟାବସାୟିକ ପ୍ରତିଷ୍ଠାନ ଗୁଡ଼ିକ ବିଜ୍ଞାପନ ଖର୍ଚ୍ଚ ବଢ଼ାଇବାକୁ ପ୍ରସ୍ତୁତ ହେଉଛନ୍ତି । ଚଳିତ ବର୍ଷ ବିଜ୍ଞାପନରେ କମ୍ପାନୀ ଗୁଡ଼ିକ ୮୦,୧୨୩ କୋଟି ଟଙ୍କା ବ୍ୟୟ କରିବେ ବୋଲି ଗ୍ରୁପ ଏମ ନାମକ ସଂସ୍ଥା ପ୍ରସ୍ତୁତ କରିଥିବା ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ ୨୦୨୦ ତୁଳନାରେ ୨୦୨୧ ରେ ବିଜ୍ଞାପନ ବାବଦରେ ୨୩.୨% ଅଧିକ ବ୍ୟୟ ହେବ । କରୋନା ମହାମାରୀ ପାଇଁ ୨୦୨୦ ରେ ବିଜ୍ଞାପନରେ ନିବେଶ ୨୧.୫% ହ୍ରାସ ପାଇଥିଲା । ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ୧୫ ହଜାର କୋଟି ଟଙ୍କା ବିଜ୍ଞାପନ ଆସିବ । ବିଜ୍ଞାପନକୁ ନେଇ ବିଶ୍ୱର ଯେଉଁ ୧୦ଟି ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ରହିଛି ସେଥିରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ଓ ବିଶ୍ୱ ବଜାରକୁ ଅବଦାନ ଦୃଷ୍ଟିରୁ ଭାରତ ଷଷ୍ଠ ସ୍ଥାନରେ ରହିବ । ୨୦୧୯ ରେ ବିଶ୍ୱ ବିଜ୍ଞାପନ ବ୍ୟୟ ରାଙ୍କରେ ଭାରତ ନବମ ସ୍ଥାନରେ ଥିଲା । ୨୦୨୦ରେ ଗୋଟିଏ ପାହାଚ ତଳକୁ ଖସି ଦଶମ ସ୍ଥାନରେ ପହଞ୍ଚି ଯାଇଥିଲା । ୨୦୨୧ ରେ ପୁଣି ଥରେ ନବମ ସ୍ଥାନକୁ ଭାରତ ଫେରିବ ବୋଲି ରିପୋର୍ଟରେ ଆକଳନ କରାଯାଇଛ ।