ବିଜେପିରେ ଯୋଗ ଦେଲେ ଆଇପିଏସ୍‌ ଅସୀମ ଅରୁଣ

ବିଜେପିରେ ଯୋଗ ଦେଲେ ଆଇପିଏସ୍‌ ଅସୀମ ଅରୁଣ

ବିଜେପିରେ ଯୋଗ ଦେଲେ ଆଇପିଏସ୍‌ ଅସୀମ ଅରୁଣ

ଲକ୍ଷ୍ନୌ: ନିକଟରେ ସ୍ବଇଚ୍ଛାରେ ଅବସର ନେଇଥିବା ଆଇପିଏସ୍‌ ଅସୀମ ଅରୁଣ ଶନିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ୟ୍ୟ, ଦେଶ ବିକାଶରେ ଯୋଗଦାନ ଏବଂ ବିଜେପିର ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଭାରତୀୟ ଜନତା ପାର୍ଟି‌ରେ ଯୋଗ ଦେଇଥିବା ଆଇପିଏସ୍‌ ଅରୁଣ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। ଗତକାଲି ବିଜେପି ଦୁଇଟି ପର୍ୟ୍ୟାୟ ପାଇଁ ୧୦୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥିରେ ୨୦ ବିଧାୟକଙ୍କ ଟିକେଟ୍‌ କଟିଥିବା ଜଣାପଡ଼ିଛି। ଘୋଷିତ ପ୍ରାର୍ଥୀ ତାଲିକାରେ ମହିଳାଙ୍କୁ ୧୦ଟି ସିଟ୍‌, ଓବିସି ବର୍ଗରୁ ୪୪ ଜଣଙ୍କୁ, ଅନୁସୂଚିତ ଜାତି ବର୍ଗରୁ ୧୯ ଜଣଙ୍କୁ ଟିକେଟ୍‌ ଦିଆଯାଇଛି। ଉତ୍ତର ପ୍ରଦେଶରେ ୭ଟି ପର୍ୟ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଫେବୃଆରୀ ୧୦ ତାରିଖରେ ପ୍ରଥମ ପର୍ୟ୍ୟାୟ ଭୋଟ୍‌ ଗ୍ରହଣ ହେବ।