ଡିଜିପିଙ୍କୁ କିକ ପୁରୁଣା ଅଭ୍ୟାସ: ତାରା

ଡିଜିପିଙ୍କୁ କିକ ପୁରୁଣା ଅଭ୍ୟାସ: ତାରା

ଡିଜିପିଙ୍କୁ କିକ ପୁରୁଣା ଅଭ୍ୟାସ: ତାରା
ଭୁବନେଶ୍ୱର: ଡିଜିପିଙ୍କୁ କିକ ମାରିବା ରାଜ୍ୟ ସରକାରଙ୍କ ପୁରୁଣା ଅଭ୍ୟାସ ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି । ବି.କେ ଶର୍ମାଙ୍କ ରାତିଅଧିଆ ବଦଳି ନେଇ ତାରା ଏଭଳି କହିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ଯେତେବେଳେ ସରକାର ବି.କେ ଶର୍ମାଙ୍କୁ ନିଯୁକ୍ତି ଦେଲେ ସେତେବେଳେ କଣ ତାଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଜାଣିନଥିଲେ । ଯଦି ଜାଣିଥିଲେ ତେବେ ସରକାର ମଧ୍ୟ ଦାୟୀ । ରାତି ଅଧିଆ ଜଣଙ୍କୁ ବାହାର କରିଦେବା କେତେଦୂର ଯୁକ୍ତିଯୁକ୍ତ । ଡିଜିପିମାନଙ୍କୁ ରାଜ୍ୟ ସରକାର କଣ୍ଢେଇ ପରି ବ୍ୟବହାର କରୁଛନ୍ତି । କେତେବେଳେ କାହାକୁ କିକ ମାରୁଛନ୍ତି, କାହାକୁ ଆମନ୍ତ୍ରଣ କରୁଛନ୍ତି । ଏଇଟା ନୂଆକଥା ନୁହେଁ, ପୁରୁଣା ଅଭ୍ୟାସରେ ପରିଣତ ହୋଇଛି । ପୂର୍ବରୁ ଅନେକ ଡିଜିପିଙ୍କୁ ରାଜ୍ୟ ସରକାର କିକ ମାରିଛନ୍ତି ବୋଲି ତାରା କହିଛନ୍ତି । ସେହିପରି ଡିଜିପିଙ୍କ ବଦଳି ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, କୌଣସି ଅଫିସରଙ୍କ ଉପରେ ସରକାରଙ୍କ ଭରସା ରହୁନି । ଯେଉଁ ଅଫିସର ସରକାରଙ୍କ ମୁତାବକ କାମ କରୁନାହାନ୍ତି ତାଙ୍କୁ ହଟାଯାଉଛି ବୋଲି ସେ କହିଛନ୍ତି ।