ବିଜେପି ପକ୍ଷରୁ ଗାନ୍ଧୀ ସଂକଳ୍ପ ପଦଯାତ୍ର

ବିଜେପି ପକ୍ଷରୁ ଗାନ୍ଧୀ ସଂକଳ୍ପ ପଦଯାତ୍ର

ବିଜେପି ପକ୍ଷରୁ ଗାନ୍ଧୀ ସଂକଳ୍ପ ପଦଯାତ୍ର
କଟକ : ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀରେ ରାଜ୍ୟ ବିଜେପି ପକ୍ଷରୁ ବୁଧବାର ଗାନ୍ଧୀ ସଂକଳ୍ପ ପଦଯାତ୍ର ଆରମ୍ଭ ହୋଇ ଯାଇଛି । ଏହାକୁ କଟକ ତେଲେଙ୍ଗାପେଣ୍ଠରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍ତି । ଏହି କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗାନ୍ଧି ସ୍ମୃତି ପାର୍କରେ ମହାତ୍ମାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ସମିର ମହାନ୍ତି, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ନୟନ ମହାନ୍ତି, ଦିଲ୍ଲୀପ ମଲ୍ଲିକ ଆଦି ଉପସ୍ଥିତ ରହିଥିଲେ । ଏହି ପଦଯାତ୍ରା ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ୧୫ ଦିନ ଧରି ଚାଲିବ । ୧୫ ଦିନ ଯାଏଁ ଦିନକୁ ୧୦ କିମି ପଦଯାତ୍ରା କରାଯିବ । ଏହି ପଦଯାତ୍ରାରେ ବିଜେପିର ସବୁ ବିଧାୟକ ଓ ସାଂସଦ ସାମିଲ ହେବେ । ଏହାଛଡ଼ା ବିଜେପିର ପରାଜିତ ବିଧାୟକ ଓ ସାଂସଦ ପ୍ରାର୍ଥୀ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହେବେ । ଏହି ପଦଯାତ୍ରାରେ ସ୍ୱଦେଶୀ, ସ୍ୱାବଲମ୍ବୀ, ସ୍ୱରାଜ, ସରଳ ଜୀବନଯାପନ ଓ ଖଦିର ପ୍ରଚାର କରାଯିବ । ଏହାଛଡ଼ା ଜଳ ସଂରକ୍ଷଣ ଓ ସିଙ୍ଗଲ ୟୁଜଡ ପ୍ଲାଷ୍ଟିକ ବିରୋଧରେ ମଧ୍ୟ ସଚେତନତା କରାଯିବ ।