ବିଜେଡି ପକେଟ୍‌ରେ କଂଗ୍ରେସ ଭୋଟ୍‌

ବିଜେଡି ପକେଟ୍‌ରେ କଂଗ୍ରେସ ଭୋଟ୍‌

ବିଜେଡି ପକେଟ୍‌ରେ କଂଗ୍ରେସ ଭୋଟ୍‌

ଭୁବନେଶ୍ୱର:  ବିଭିନ୍ନ ଦିଗରୁ ପଦ୍ମପୁର ଉପନିର୍ବାଚନ ପୂର୍ବ ରେକର୍ଡ ଭାଙ୍ଗିଛି। ପ୍ରଥମତଃ, ଏହି ନିର୍ବାଚନମଣ୍ଡଳୀ ପ୍ରଥମଥର ପାଇଁ ଜଣେ ବିଧାୟିକା ପାଇଛି। ଏଥର ୮୧.୨୯% ପ୍ରତିଶତ ମତଦାନ କରିଥିଲେ। ଯାହାକି, ର୍ବାଚନମଣ୍ଡଳୀ ପାଇଁ ସର୍ବକାଳୀନ ରେକର୍ଡ। ଏହାପୂର୍ବରୁ ଏଠାରେ ଗତ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ସର୍ବାଧିକ ୭୯.୧୬ % ମତଦାନ ହୋଇଥିଲା। ଏଥର ନିର୍ବାଚନ ମଇଦାନରେ ସର୍ବାଧିକ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ତେଣୁ ପ୍ରାର୍ଥୀ ସଂଖ୍ୟାରେ ମଧ୍ୟ ଏହି ଉପନିର୍ବାଚନ ନିଜସ୍ୱ ରେକର୍ଡ ଭାଙ୍ଗିଛି। ଅନ୍ୟପକ୍ଷରେ, ପୂର୍ବରୁ ୫-୬ହଜାର ଭୋଟ୍‌ ବ୍ୟବଧାନରେ ପଦ୍ମପୁର ନିର୍ବାଚନର ଫଇସଲା ହେଉଥିବା ନଜିର ରହିଛି। କିନ୍ତୁ, ଏଥର ୪୨,୬୭୯ ବ୍ୟବଧାନର ବିଜୟ ମଧ୍ୟ ଏକ ରେକର୍ଡ। ସେହିପରି ବିଜୟୀ ପ୍ରାର୍ଥୀ ଲକ୍ଷେ ଭୋଟ୍‌ ଅତିକ୍ରମ କରିବା ମଧ୍ୟ ଉକ୍ତ ନିର୍ବାଚନମଣ୍ଡଳୀ ପାଇଁ ଆଉ ଏକ ରେକର୍ଡ।

ଉପନିର୍ବାଚନ ପୂର୍ବରୁ କଂଗ୍ରେସ ଅନ୍ତତଃ ନିଜ ପକେଟ୍‌ ଭୋଟ୍‌ ହାସଲ କରିବା ସହ ଅନ୍ୟ ଭୋଟ୍‌ବ୍ୟାଙ୍କ୍‌ ଉପରେ ନଜର ପକାଇବ ବୋଲି ଆକଳନ ଥିଲା। କିନ୍ତୁ, ଦଳର ପକେଟ୍‌ ଭୋଟ୍‌କୁ ଚତୁରତାର ସହ ବିଜେଡି ହାତେଇ ନେଇଛି। ଯଦ୍ବାରା କଂଗ୍ରେସ୍‌ ସର୍ବାଧିକ କ୍ଷତିଗ୍ରସ୍ତ ହେବା ସହ ବିଜେଡି ବଡ଼ ଅଗ୍ରଣୀ ପାଇଛି। ପୂର୍ବ ପରିସଂଖ୍ୟାନ ଭିତ୍ତିରେ କଂଗ୍ରେସ ଅତିକମ୍‌ରେ ୩୦ହଜାର ଭୋଟ୍‌ ସୁନିଶ୍ଚିତ ରହିବ ବୋଲି ଦାବି କରୁଥିଲା। ୨୦୧୪ରେ ଦଳ ୩୧,୧୭୯ ଏବଂ ୨୦୧୯ରେ ୩୨,୭୮୭ ଭୋଟ୍‌ ପାଇଥିଲା। ତିନିଥର ବିଧାୟକ ଥିବା ସତ୍ୟଭୂଷଣ ସାହୁ ୧୯୮୦ରେ ୪୨.୫୮%, ୧୯୮୫ରେ ୬୪.୪୯% ଏବଂ ୨୦୦୪ରେ ୫୧.୨୭% ଭୋଟ୍‌ ପାଇଥିଲେ। ତେଣୁ ଏଥର ଅତିକମ୍‌ରେ ୩୦ହଜାର ଭୋଟ୍‌ ପାଇବାକୁ ଦଳ ଆଶାବାଦୀ ଥିଲା।