ବିଏମ୍ସି ତରଫରୁ ଅକ୍ଟୋବର ମାସ ପାଇଁ କୋଭିଡ୍‌ ଗାଇଡଲାଇନ୍

ବିଏମ୍ସି ତରଫରୁ ଅକ୍ଟୋବର ମାସ ପାଇଁ କୋଭିଡ୍‌ ଗାଇଡଲାଇନ୍

ବିଏମ୍ସି ତରଫରୁ ଅକ୍ଟୋବର ମାସ ପାଇଁ କୋଭିଡ୍‌ ଗାଇଡଲାଇନ୍
‌ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟରେ ଅନ୍‌ଲାକ୍‌ 5.0 ଜାରି ନେଇ ନୂତନ ଗାଇଡଲାଇନ୍‌ ଜାରି କରିଛନ୍ତି । ଅନଲକ୍‌ 5.0ରେ କଟକଣାକୁ କୋହଳ କରାଯାଇଛି । ଏହି କ୍ରମରେ 31 ଅକ୍ଟୋବର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ଲକଡାଉନ କଠୋର ଭାବରେ କାର୍ଯ୍ୟକାରୀ କରାଯିବା ନେଇ ବିଏମ୍‌ସି ଗାଇଡଲାଇନ ଜାରି କରିବା ସହିତ କଣ୍ଟେନମେଣ୍ଟ ଜୋନ ବାହାରେ ବିଭିନ୍ନ କାର୍ଯ୍ୟକଳାପକୁ ଅନୁମତି ପ୍ରଦାନ କରିଛି । ତେବେ କଣ୍ଟନେମଣ୍ଟମେଣ୍ଟ ଜୋନ୍‌ରେ ଅତ୍ୟାବଶ୍ୟକ ସୁବିଧାକୁ ଅନୁମତି ପ୍ରଦାନ କରାଯାଇଛି । ସେହିପରି କଣ୍ଟେନମେଣ୍ଟ ଜୋନ୍‌ରେ ଯାତାୟତସୁବିଧାକୁ ମଧ୍ୟ ବାରଣ କରାଯାଇଛି । ସେହିପରି ଆସନ୍ତା ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ଧାର୍ମିକ ସ୍ଥଳୀଗୁଡିକ ବନ୍ଦ ରହିବା ପାଇଁ ନିର୍ଦ୍ଦେଶଜାରି କରାଯାଇଛି । ସେହିପରି ଅଙ୍ଗନଓ୍ବାଡି, ସ୍କୁଲ, କଲେଜ, କୋଚିଂ ସେଣ୍ଟର ମଧ୍ୟ ଆସନ୍ତା 31 ଅକ୍ଟୋବର ପର୍ଯ୍ୟନ୍ତ ବନ୍ଦ ରହିବ । ତେବେ ଅନଲାଇନ୍‌ ପାଠ୍ୟକ୍ରମ ଜାରି ରହିବା ସହିତ ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଛି ବିଏମ୍‌ସି । ସେହିପରି ଧାର୍ମିକ, ସାଂସ୍କୃତିକ ତଥା ବିଶାଳ ସମାବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଜାରି ରଖିଛି । ତେବେ ତିର୍ତ୍ତୋଲ ତଥା ବାଲେଶ୍ବର ଉପନିର୍ବାଚନକୁ ଆଖି ଆଗରେ ରଖି 100 ଜଣ ସମାବେଶକୁ ଅନୁମତି ମିଳିଛି । ତେବେ ଏହି ସମାବେଶରେ କୋଭିଡ୍‌ କଟକଣା ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ସେହିପରି ସିନେମା ହଲ୍‌, ସୁଇମିଂ ପୁଲ୍‌ ଆଦି ଖୋଲିବାକୁ ବାରଣ କରାଯାଇଥିବାବେଳେ ସାମାଜିକ ଦୂରତ୍ବ ଓ କୋଭିଡ୍‌ ନିୟମାନୁସାରେ ଓପନ୍‌ ଏୟାର ଥିଏଟରକୁ ଅନୁମତି ରହିଛି । ରାଜ୍ୟ ବାହାରେ ତଥା ରାଜ୍ୟ ଭିତରେ ଯାନବାହନ ଚଳାଚଳକୁ ଅନୁମତି ମିଳିଛି । ସେହିପରି ଟ୍ରେନ୍‌ ତଥା ବିମାନ ଯାତ୍ରୀମାନେ ଦେଶ ଭିତରେ ଯାତ୍ରାକ କରିବାକୁ ଅନୁମତି ମିଳିଥିବାବେଳେ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଏସ୍‌ଓପି ପାଳନ ପାଇଁ ନିର୍ଦ୍ଦେଶ ରହିଛି । ସେହିପରି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଛି । ଦୁର୍ବଳ ବ୍ୟକ୍ତି, ଯଥା, 65ବର୍ଷରୁ ଅଧିକ ବ୍ୟକ୍ତି, ସହ-ରୋଗରେ ଆକ୍ରାନ୍ତ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ 10 ବର୍ଷରୁ କମ୍ ପିଲାମାନେ, ଆବଶ୍ୟକୀୟ କାର୍ଯ୍ୟ ପୂରଣ କରିବା ଏବଂ ସ୍ୱାସ୍ଥ୍ୟ ଉଦ୍ଦେଶ୍ୟ ବ୍ୟତୀତ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।