ଘରେ ରହି ବୈଷ୍ଣୋଦେବୀ ମନ୍ଦିରରେ କରିପାରିବେ ପୂଜା

ଘରେ ରହି ବୈଷ୍ଣୋଦେବୀ ମନ୍ଦିରରେ କରିପାରିବେ ପୂଜା

ଘରେ ରହି ବୈଷ୍ଣୋଦେବୀ ମନ୍ଦିରରେ କରିପାରିବେ ପୂଜା
ଜମ୍ମୁ: ମାର୍ଚ୍ଚ ମାସରୁ ବନ୍ଦପଡିରହିଛି ତୀର୍ଥସ୍ଥାନ । ଲଗାତାର ଭଗବାନଙ୍କ ଦର୍ଶନ ଲାଗି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଥିବାବେଳେ ଏହି ମହାମାରୀ ସେଥିରେ କାଳ ସାଜିଛି । ତେବେ ନିକଟରେ କେନ୍ଦ୍ର ସରକାରଙ୍କ ନିଦେ୍ର୍ଧଶାନୁସାରେ ଅନଲକ ପ୍ରକ୍ରିୟା ସମସ୍ତ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ହେବା ସହ କୋହଳ ମଧ୍ୟ କରାଯାଇଛି । କିଛିଦିନ ପୂର୍ବରୁ ଜମ୍ମୁର ଖୋଲିଥିବା ବୈଷ୍ଣଦେବୀ ଓ ଏହା ପରେ ପରେ ଆଗ୍ରାର ତାଜମହଲ ମଧ୍ୟ ଶ୍ରଦ୍ଧାଳୁଙ୍କ ଲାଗି ଖୋଲାଯାଇଛି । କାରୋନା କଟକଣା ଓ ନିୟମକୁ ମାନି କମସଂଖ୍ୟାରେ ଦର୍ଶନ କରିପାରୁଥିବା ଶ୍ରଦ୍ଧାଳୁ ପରି ଅନ୍ୟମାନଙ୍କ ଏହି ସ୍ୱପ୍ନ ପୂରଣ ହୋଇପାରିନି । ଏହାକୁ ଦୃଷ୍ଟିଦେଇ ଶ୍ରଦ୍ଧାଳୁଙ୍କ ପାଖରେ ମାତାଙ୍କ ପ୍ରସାଦ ଏବଂ ଅନଲାିନ ପୂଜା ଲାଗି ବୈଷ୍ଣୋଦେବୀ ବୋର୍ଡରେ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି । ଅନଲାଇନ ପୂଜା ଲାଗି ଦର୍ଶକ ବୈଷ୍ଣୋ ଦେବୀ ସାଇନ ବୋର୍ଡ ୱେବସାଇଟ ମାବୈଷ୍ଣୋଦେବୀ.ଓଆରଜି ଜରିଆରେ ବୁକ କରିପାରିବେ । ଏହାପ ପରେ ଶ୍ରଦ୍ଧାଳୁ ନିଜ ନିଜ ଘରେ ବସି ପୂଜାରେ ସାମିଲ ହୋଇପାରିବେ । ସେହିପରି ମନ୍ଦିରରେ ଉପସ୍ଥିତ ନରହି ମଧ୍ୟ ପୂଜକଙ୍କ ଜରିଆରେ ଆପଣ ଆପଣଙ୍କ ପରିବାର ସଦସ୍ୟଙ୍କ ନାଁରେ ପୂଜା କରିପାରିବେ । ଏହାପରେ ଆପଣଙ୍କ ଠିକଣାରେ ମନ୍ଦିରର ପ୍ରସାଦ ମଧ୍ୟ ପହଞ୍ଚôପାରିବା ପରି ସୁବିଧାମାନ ରହିଛି । ପ୍ରସାଦ ଲାଗି ତିନିଟି ମୂଲ୍ୟ ଧାର୍ଯ୍ୟ କରାଯାଇଛି । ଯାହା ୫୦୦ଟଙ୍କାରୁ ଆରମ୍ଭ ହୋଇ ୧,୧୦୦ଟଙ୍କା ଏବଂ ୨,୧୦୦ଟଙ୍କା ।