ବାଲେଶ୍ୱରରେ ଜଣେ ବିଧବାଙ୍କୁ ୪ ପିଶାଚ ରାତି ସାରା ଦୁଷ୍କର୍ମ କଲେ

ବାଲେଶ୍ୱରରେ ଜଣେ ବିଧବାଙ୍କୁ ୪ ପିଶାଚ ରାତି ସାରା ଦୁଷ୍କର୍ମ କଲେ

ବାଲେଶ୍ୱରରେ ଜଣେ ବିଧବାଙ୍କୁ ୪ ପିଶାଚ ରାତି ସାରା ଦୁଷ୍କର୍ମ କଲେ
ବାଲେଶ୍ୱର: ବାଲେଶ୍ୱରରେ ଜଣେ ବିଧବାଙ୍କୁ ୪ ପିଶାଚ ରାତି ସାରା ଦୁଷ୍କର୍ମ କଲେ, ଆଉ ଶେଷରେ ଏକ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଚାଲିଗଲେ । ସକାଳେ ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ି ଅଞ୍ଚଳରେ ଏହି ମହିଳାଙ୍କୁ ସ୍ଥାନୀୟ ଲୋକେ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପୀଡ଼ିତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ସ୍ୱାମୀଙ୍କର ମୃତୁ୍ୟ ପରେ ପେଟ ପୋଷିବାକୁ ୩ ମାସ ତଳେ ସେ ଘର ଛାଡ଼ି ଚାନ୍ଦିପୁର ନିକଟ ନାଉପାଳଗଡ଼ିଠାରେ ଥିବା ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିଲେ । ସେଥିରୁ ଯାହା ରୋଜଗାର ହେଉଥିଲା, ସେଥିରେ ୭ ପିଲା ଓ ସେ ଚଳୁଥିଲେ । ଗୁରୁବାର କାମ ସାରି ଭଡ଼ାଘରକୁ ଫେରିଥିଲେ ଉକ୍ତ ମହିଳା । ଘରେ ପହଞ୍ଚିବାର କିଛି ସମୟ ମଧ୍ୟରେ ୪ ଜଣ ପିଛା କରି ରାତି ପାଖାପାଖି ୯ଟାରେ ପହଞ୍ଚିଥିଲେ । ଭାଉଜ ଭାଉଜ କହି ଡାକିଥିଲେ । କିଏ କହୁଛ ବୋଲି ପଚାରିବାରୁ ‘ମୁଁ ପଣ୍ଡା କହୁଛି, କାମ ଅଛି, କବାଟ ଖୋଲ ବୋଲି କହିଥିଲେ । ବିଶ୍ୱାସରେ ମହିଳା ଜଣକ କବାଟ ଖୋଲିବା ମାତ୍ରେ ପଣ୍ଡା ଓ ତାର ୩ ସହଯୋଗୀ ଘର ଭିତରେ ପଶିଯାଇଥିଲେ । ଅଭିଯୁକ୍ତମାନେ ତାଙ୍କୁ ଧମକଚମକ ଦେଇ ଜବରଦସ୍ତ ନିଶା ପିଆଇବା ପରେ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ରାତିସାରା ଗଣଦୁଷ୍କର୍ମ ଶିକାର ହେବା ପରେ ମହିଳାଙ୍କ ଅବସ୍ଥା ସଙ୍ଗୀନ ହୋଇ ଯାଇଥିଲା । ପାହାନ୍ତିଆ ସମୟରେ ତାଙ୍କୁ ଆଣି ଏକ ଚିଙ୍ଗୁଡି ଫାର୍ମ ପାଚେରି ପଛପଟେ ପରିତ୍ୟକ୍ତ ସ୍ଥାନରେ ଫୋପାଡ଼ି ଦେଇଥିଲେ ଅଭିଯୁକ୍ତ । ମୁର୍ମୂଷୁ ଅବସ୍ଥାରେ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ୪ ଜଣଙ୍କୁ ଅଟକ ରଖିଛି ।