ବାବୁସାନ-ପ୍ରକୃତି ବିବାଦ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ
ବାବୁସାନ-ପ୍ରକୃତି ବିବାଦ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ
କଟକ: ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପରିବାର ପକ୍ଷରୁ ଦାୟର ହୋଇଥିବା ଏତଲା ଉପରେ ପୋଲିସ କଣ କାର୍ୟ୍ୟାନୁଷ୍ଠନ ନେଇଛି । ଘଟଣା ସମ୍ପର୍କିତ କଣ ଅଧିକ ତଥ୍ୟ ରହିଛି ସେସବୁକୁ ସଂଗ୍ରହ କରିବା ଲାଗି ସରକାରୀ ଓକିଲଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ଏଥିସହ ଚଳିତ ମାସ ୨୯ ତାରିଖରେ ପ୍ରକୃତିଙ୍କ ଦ୍ଵାରା ଦାୟର ହୋଇଥିବା ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଦିନ ଧାର୍ୟ୍ୟ ହୋଇଛି ।
ଓଲିଉଡ୍ ଷ୍ଟାର ବାବୁଶାନଙ୍କ ପତ୍ନୀ ଓ ଶ୍ୱଶୁର ତାଙ୍କ ଉପରେ ଆକ୍ରମଣ କରିଥିବା ନେଇ ଭୁବନେଶ୍ବର ଖାରବେଳ ନଗର ଥାନାରେ ଏତଲା ହୋଇଥିଲା । କିନ୍ତୁ ପୋଲିସ ଠିକ୍ ଭାବରେ ତଦନ୍ତ କରିନାହିଁ ଏବଂ ଆଇନତଃ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରି ପ୍ରକୃତି ହାଇକୋର୍ଟରେ ମାମଲା ଦାୟର କରିଛନ୍ତି । ଗତ ଜୁଲାଇ ୨୩ ତାରିଖରେ ପ୍ରକୃତିଙ୍କ ପରିବାର ପକ୍ଷରୁ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଥିଲା । ତେବେ ଏତଲା ଆଧାରରେ ପୋଲିସ କାର୍ୟ୍ୟାନୁଷ୍ଠାନ ନେଇନଥିବା ହେତୁ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ଘଟଣାର ଯାଞ୍ଚ କରୁ ବୋଲି ପ୍ରାର୍ଥନା କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପ୍ରକୃତି ମିଶ୍ର । ଏହି ମାମଲାରେ ଖାରବେଳ ନଗର ଥାନା ଆଇସିସି, ଭୁବନେଶ୍ୱର ଡିସିପି, ଡିଜିପି, ଗୃହ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି ।




admin 