ବାପାଙ୍କୁ ଛୁରୀ ଭୁସିଦେଲା ନୃଶଂସ ପୁଅ

ବାପାଙ୍କୁ ଛୁରୀ ଭୁସିଦେଲା ନୃଶଂସ ପୁଅ

ବାପାଙ୍କୁ ଛୁରୀ ଭୁସିଦେଲା ନୃଶଂସ ପୁଅ

ଆସିକା: ପାରିବାରିକ କଳହକୁ ନେଇ ଏକ ପରିବାରରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା ଆସିକା ଥାନାର ପଢ଼ାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଘରୋଇ ଗଣ୍ତଗୋଳ କାରଣରୁ ନିଜ ବାପାଙ୍କୁ ଛୁରାମାଡ଼ କରି ଚମ୍ପଟ ମାରିଛି ପୁଅ। ପରେ ଡାକ୍ତରଖାନାରେ ଡାକ୍ତର ବାପାଙ୍କୁ ମୃତ ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ବେଳେ ପଢ଼ାଳ ଗ୍ରାମର ଦେବରାଜ ନାହାକ(୬୪ )ଓ ତାଙ୍କ ପୁଅ ଅରୁଣ ନାହାକ(୩୪)ଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପୁଅ ଅରୁଣ ବାପା ଦେବରାଜଙ୍କୁ ଏକାଧିକ ବାର ଛୁରାମାଡ଼ କରିଥିଲେ। ଏଭଳି କାଣ୍ଡ ଭିଆଇବା ପରେ ଅରୁଣ ଚମ୍ପଟ ମାରିଥିଲା। ତେବେ ଦେବରାଜଙ୍କୁ ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ଆସିକା ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆସିକା ଥାନା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଫେରାର ପୁଅଙ୍କୁ ଖୋଜୁଥିବା ଜଣାଯାଇଛି।