ବସ୍‌ ଧକ୍କାରେ କଲେଜ ଛାତ୍ରୀ ମୃତ

ବସ୍‌ ଧକ୍କାରେ କଲେଜ ଛାତ୍ରୀ ମୃତ

ବସ୍‌ ଧକ୍କାରେ କଲେଜ ଛାତ୍ରୀ ମୃତ

ଢେଙ୍କାନାଳ : ବସ୍‌ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳର ଉପର ବାଘଲୁଣ୍ଡା  ନିକଟରେ।ମୃତ ଛାତ୍ରୀଙ୍କ ନାଁ ଇପ୍‌ସିତା ବରାଳ। ତାଙ୍କ ଘର ବେଲପଡ଼ାରେ। ସେ ନିକଟସ୍ଥ ଏକ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢୁଥିଲେ।
ଆଜି ସକାଳେ ଇପ୍‌ସିତା ତାଙ୍କ ଦାଦାଙ୍କ ସହିତ ସ୍କୁଟିରେ କଲେଜ ଯାଉଥିଲେ। ସେମାନେ ୫୫ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଉପର ବାଘଲୁଣ୍ଡା ନିକଟରେ ଏକ ବସ୍ ସେମାନଙ୍କୁ ଧକ୍କା ଦେଇଥିଲା।ଇପ୍‌ସିତା ଓ ତାଙ୍କ ଦାଦାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ସେଠାରେ ଇପ୍‌ସିତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଏହି ଘଟଣା ପରେ ଇପ୍‌ସିତାଙ୍କ କଲେଜର ଛାତ୍ରଛାତ୍ରୀମାନେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।