ବସରେ ଲାଗିଥିବା ଏସି ଯୋଗୁଁ ବ୍ୟାପିପାରେ କରୋନା

ବସରେ ଲାଗିଥିବା ଏସି ଯୋଗୁଁ ବ୍ୟାପିପାରେ କରୋନା

ବସରେ ଲାଗିଥିବା ଏସି ଯୋଗୁଁ ବ୍ୟାପିପାରେ କରୋନା
ବେଜିଂ: ଚୀନର ଗବେଷକମାନେ ଦାବି କରିଛନ୍ତି ଯେ ବସରେ ଲଗାଯାଇଥିବା ଏସି ଯୋଗୁଁ କରୋନା ଭାଇରସ ତୀବ୍ର ଗତିରେ ବ୍ୟାପିପାରେ । ଝେଜିଆଙ୍ଗ ପ୍ରଦେଶରେ ଥିବା ଜାମା ଇଣ୍ଟରନାଲ ମେଡିସିନ୍ସ ପ୍ରତିଷ୍ଠାନର ଗବେଷକମାନେ କହିଛନ୍ତି ଯେ ଗୋଟିଏ ବସରେ ଜଣେ କରୋନା ରୋଗୀଙ୍କ ସାଙ୍ଗରେ ଏକାଠି ଯାତ୍ରା କରି ୨୪ ଜଣ ସଂକ୍ରମିତ ହେବା ପରେ ସେମାନେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ଚଳିତ ବର୍ଷ ଜାନୁଆରୀ ୧୯ରେ ଝେଜିଆଙ୍ଗ ପ୍ରଦେଶରେ ଗୋଟିଏ ବସରେ ୬୮ ଜଣ ବ୍ୟକ୍ତି ଏକ ଉତ୍ସବରେ ଯୋଗ ଦେବା ପାଇଁ ଯାତ୍ରା କରିଥିଲେ । ସେମାନେ ମୋଟେ ଘଣ୍ଟାଏ ଚାଳିତ ମିନିଟ ଯାତ୍ରା କରିଥିଲେ । କିନ୍ତୁ ପରେ ସେମାନଙ୍କ ଭିତରୁ ୨୪ ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ସେମାନଙ୍କ ଉପରେ ଅଧ୍ୟୟନରୁ ଜଣାପଡ଼ିଥିଲା କି ସେମାନଙ୍କ ସହିତ ଜଣେ କରୋନା ରୋଗୀ ବି ସେଇ ବସରେ ଯାତ୍ରା କରୁଥିଲେ । ବସରେ ଏସି ଯୋଗୁଁ ଉକ୍ତ କରୋନା ରୋଗୀଙ୍କ ନିଃଶ୍ୱାସରେ ବାହାରୁଥିବା ବାୟୁ ବସ ଭିତରେ ଚାରିଆଡେ଼ ସଞ୍ଚରି ଯାଇଥିଲା ।