ବ୍ଳାକ ଲିଷ୍ଟଟେଡ଼ ଗୁଜୁରାଟୀ କମ୍ପାନୀ ହାତରେ ଭୁବନେଶ୍ୱର ମେଟ୍ରୋ ପ୍ରୋଜେକ୍ଟ
ଆମେ କହୁଛୁ ରାଜ୍ୟର ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରୋଜେକ୍ଟ କଥା । ଯାହାକୁ ନେଇ କଟକ ଭୁବନେଶ୍ୱରବାସୀ ଖୁବ୍ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଏହି ମେଗା ପ୍ରୋଜେକ୍ଟର ନିର୍ମାଣ କାମ ଏବେ ଜୋରସୋରରେ ଆରମ୍ଭ ହୋଇଛି । କିନ୍ତୁ ଏହାର ସ୍ଥାୟୀତ୍ୱକୁ ନେଇ ଏବେ ଠୁ ପ୍ରଶ୍ନ ଉଠିଲାଣି । କାରଣ ଭୁବନେଶ୍ୱର ମେଟ୍ରୋ ପ୍ରୋଜେକ୍ଟ ନିର୍ମାଣ କାମ ଯେଉଁ ସଂସ୍ଥା ହାତକୁ ଯାଇଛି ତାକୁ ଅନେକ ରାଜ୍ୟ ସରକାର ବ୍ଲାକ୍ ଲିଷ୍ଟଟେଡ୍ ବା କଳା ତାଲିକା ଭୁକ୍ତ କରିଛନ୍ତି । ଗୁଜୁରାଟ ବେସ୍ଡ କଂପାନୀ ରଞ୍ଜିତ୍ ବିଲ୍ଡକନ୍ ଲିମିଟେଡ ଭୁବନେଶ୍ୱର ମେଟ୍ରୋ ପ୍ରୋଜେକ୍ଟର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାମର ଟେଣ୍ଡର ପାଇଛି । ଦୁର୍ଭାଗ୍ୟର କଥା ଏହି ଗୁଜୁରାଟି କଂପାନୀ ନାଁ ବିରୋଧର ରହିଛି ଏକାଧିକ ଅପରାଧିକ, ଦୁର୍ନିୀତି, ଠକେଇ, ଜାଲ କାଗଜ ପତ୍ର , ନକଲି ଷ୍ଟାମ୍ପ ବ୍ୟବହାର, ସର୍ଭିସ୍ ଟ୍ୟାକ୍ସ, ଇନକମ୍ ଟ୍ୟାକ୍ସ ଫାଙ୍କି ମାମଲା । ଏପରିକି ବିବାଦୀୟ ଇଲେକ୍ଟୋରାଲ ବଣ୍ଡ ତାଲିକାରେ ରହିଛି ଏହି ଗୁଜୁରାଟି କଂପାନୀର ନାମ । ଆଉ କେହି ନୁହେଁ ନିଜେ ଗୁଜୁରାଟ ଓ ମଧ୍ୟ ପ୍ରଦେଶ ସରକାର ରଞ୍ଜିତ ବିଲ୍ଡକନ୍ ଲିମିଟେଡ୍କୁ ବ୍ଲାକ୍ ଲିଷ୍ଟେଡ୍ କରିଛନ୍ତି । କାରଣ ଏହି ଦୁଇ ରାଜ୍ୟରେ ଅତି ନିମ୍ନମାନର କାମ ଯୋଗୁଁ ନିର୍ମାଣଧୀନ ଓଭରବ୍ରିଜ୍ ଭୁଷୁଡି ପଡିଥିଲା । ଫଳରେ ଏହି ଦୁର୍ଘଟଣାରେ ଏକାଧିକ ଲୋକଙ୍କ ଜୀବନ ଯାଇଥିଲା । ଖାଲି ସେତିକି ନୁହେଁ ରଂଜିତ ବିଲ୍ଡକନ୍ ବିରୋଧରେ ମାଡ୍ରାସ୍ କୋର୍ଟ ଓ ଜବଲପୁର କୋର୍ଟରେ ମଧ୍ୟ ମାମଲା ବିଚାରଧୀନ ଅଛି ।
ଆସନ୍ତୁ ନଜର ପକାଇବା ରଞ୍ଜିତ ବିଲ୍ଡକନ୍ ଲିମିଟେଡ୍ ବିରୋଧରେ କେଉଁ ରାଜ୍ୟରେ କେଉଁ ମସିହାରେ କେଉଁ ପ୍ରକାର ମାମଲା ରହିଛି ।
- ରଞ୍ଜିତ ବିଲ୍ଡକନ୍ ଲିମିଟେଡ୍ ଭର୍ସେସ୍ ମଧ୍ୟ ପ୍ରଦେଶ ସରକାର, ୧୦ ଅକ୍ଟୋବର ୨୦୧୭
- ରଞ୍ଜିତ ବିଲ୍ଡକନ୍ ଲିମିଟେଡ୍ ଭର୍ସେସ୍ ମଧ୍ୟ ପ୍ରଦେଶ ସରକାର, ୧୨ ମାର୍ଚ୍ଚ ୨୦୧୯
- ରଞ୍ଜିତ ବିଲ୍ଡକନ୍ ଲିମିଟେଡ୍ ଭର୍ସେସ୍ ମଧ୍ୟ ପ୍ରଦେଶ ସରକାର, ୨୭ ଜାନୁଆରୀ ୨୦୨୦
- ରଞ୍ଜିତ ବିଲ୍ଡକନ୍ ଲିମିଟେଡ୍ ଭର୍ସେସ୍ ଗୁଜୁରାଟ ୱାଟର ସପ୍ଳାଏ ଆଣ୍ଡ ସ୍ୱେରେଜ୍ ବୋର୍ଡ, ୬ ଅଗଷ୍ଟ ୨୦୨୧
- ରଞ୍ଜିତ ବିଲ୍ଡକନ୍ ଲିମିଟେଡ୍ ଭର୍ସେସ୍ ରେଳ ବିକାଶ ନିଗମ ଲିମିଟେଡ, ୬ ଜାନୁଆରୀ ୨୦୨୧
- ରଞ୍ଜିତ ବିଲ୍ଡକନ୍ ଲିମିଟେଡ୍ ଭର୍ସେସ୍ ଗୁଜୁରାଟ ସରକାର, ୯ ସେପ୍ଟେମ୍ବର ୨୦୨୨
- ରଞ୍ଜିତ ବିଲ୍ଡକନ୍ ଲିମିଟେଡ୍ ଭର୍ସେସ୍ ଗୁଜୁରାଟ ସରକାର, ୧୯ ଅଗଷ୍ଟ ୨୦୨୩
ଦେଖିଲେ ତ, ଗୋଟିଏ ନୁହେଁ ୭ଟି ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି ରଞ୍ଜିତ ବିଲ୍ଡକନ୍ ଲିମିଟେଡ୍ ବିରୋଧରେ । ଏହାକୁ ଛାଡି ଦେଲେ ଜାଲ୍ କୋର୍ଟ ଷ୍ଟାମ୍ପ ପେପରେ ଟେଣ୍ଡର ଆବେଦନ, ନକଲି ଦସ୍ତଖତ ଓ ଷ୍ଟାମ୍ପ ବ୍ୟବହାର କରି ବିଲ୍ଲ ପାସ୍ ଉଦ୍ୟମ ସମେତ ଆୟକର ଫାଙ୍କିବା ଓ ସର୍ଭିସ ଟ୍ୟାକ୍ସ ପୈଠ ନ କରିବା ଅଭିଯୋଗରେ କାଠଗଡାରେ ଛିଡା ହୋଇଛି ଏହି କରିତ କର୍ମା କଳା ତାଲିକା ଭୁକ୍ତ କଂପାନୀ ।
ଏ ତ ଗଲା ପେପର କଥା, କନ୍ଷ୍ଟ୍ରକସନ୍ କାମରେ ଭାରି ଦୁର୍ବଳ ରଞ୍ଜିତ ବିଲ୍ଡକନ୍ । ନିମ୍ନମାନର ସମାଗ୍ରୀ ବ୍ୟବହାର କରିବାରେ ରଞ୍ଜିତ ବିଲ୍ଡକନ୍ ଧୁରନ୍ଧର ବୋଲି ଅନେକ ମାମଲା କୋର୍ଟରେ ରହିଛି । ଯାହା ଫଳରେ ମଧ୍ୟ ପ୍ରଦେଶରେ ଏକ ଫ୍ଲାଏ ଓଭର ନିର୍ମାଣ ବେଳେ ଏହା ଭୁଷୁଡି ପଡିଥିଲା । ଦେଖନ୍ତୁ ଏହି ଫଟୋକୁ, ଇଏ ହେଉଛି ରଞ୍ଜିତ ବିଲ୍ଡକନ୍ ଦ୍ୱାରା ମଧ୍ୟ ପ୍ରଦେଶରେ ନିର୍ମାଣ ହୋଇଥିବା ସେହି ଭଙ୍ଗା ଫ୍ଲାଏ ଓଭର, ଯାହାକୁ ନେଇ ମଧ୍ୟ ପ୍ରଦେଶ ସରକାର କୋର୍ଟରେ ମାମଲା କରିଥିଲେ । ଏଠି ପ୍ରଶ୍ନ ଉଠୁଛି ଏତେ ସବୁ କେଳେଙ୍କେରୀ ଥିବା
ଏହି କଂପାନୀକୁ କେମିତି ମିଳିଲା ଟେଣ୍ଡର ?
ଟେଣ୍ଡର ହାସଲ ପଛରେ ରହିନି ତ ପ୍ରିୟାପ୍ରୀତି?
ନବୀନ ସରକାରର ବେଳେ ତଥା କଥିତ ପାୱାରଫୁଲ୍ ଆଇଏଏସ ଅଫିସର ଭିକେ ପାଣ୍ଡିଆନଙ୍କ ପାଇଁ ଯେମିତି ତାମିଲ ଠିଦାକର କାମ ପାଉଥିଲେ, ସେମିତି ଓଡିଶାରେ ମୋହନ ଆସୁ ଆସୁ
ଗୁଜୁରାଟି ଠିକାଦାର ତାଙ୍କ ଅଡ୍ଡା ଜମାଇଲେଣି ବୋଲି ଅଭିଯୋଗ ଆସୁଛି
ଭୁବନେଶ୍ୱର ମେଟ୍ରୋ ପ୍ରୋଜେକ୍ଟର ଅକ୍ସନ ଦାୟିତ୍ୱ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନକୁ ପ୍ରଦାନ କରିଥିଲେ ଓଡିଶା ସରକାର । ଆଉ ଡିଏମଆରସି ଟେଣ୍ଡର କରି ଗୁଜୁରାଟର ଦାଗୀ କଂପାନୀ ରଞ୍ଜିତ ବିଲ୍ଡକନ୍ ଲିମିଟେଡ୍କୁ ପ୍ରଦାନ କରିଛି । ତେବେ କେଉଁ ଆଧାରରେ ଏହି କଂପାନୀକୁ କାମ ପ୍ରଦାନ କରାଗଲା ତାହା ହେଉଛି କୋଟିଏ ଟଙ୍କାର ପ୍ରଶ୍ନ ।
ଦେଶରେ କଣ ଆଉ କେହି ଯୋଗ୍ୟ କଂପାନୀ ନ ଥିଲେ ?
ନା କେନ୍ଦ୍ରରେ ଥିବା ଗୁଜୁରାଟ୍ର ଗେହ୍ଲାପୁଅଙ୍କ ଇସାରାରେ ଏହି ଟେଣ୍ଡର କାମ ମିଳିଛି ?
ଆମର ପ୍ରସଙ୍ଗ ହେଉଛି ଯଦି ଯୋଗ୍ୟତା ଭିତିରେ ଟେଣ୍ଡର ମିଳିଛି, ତାହାଲେ ରଞ୍ଜିତ ବିଲ୍ଡକନ୍ ଲିମିଟେଡ୍ ବିରୋଧରେ ଥିବା ସଂଗୀନ ମାମଲା କଣ ରାଜ୍ୟ ସରକାରଙ୍କୁ ଦେଖାଗଲା ନାହିଁ ? ଦିନ ଥିଲା ଏହି ବିଜେପି ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରି ରାଜ୍ୟରେ ତାମିଲ ଲୁଟୁଛନ୍ତି ବୋଲି ଚିତ୍କାର କରୁଥିଲା, ହେଲେ ଏବେ ଯେଉଁ ଠକ ଗୁଜୁରାଟି ଠିକାଦାର ୬୦୦ କୋଟିର ଠିକାକାମ ନେଇଛି, ତାକୁ କଣ ପାଇଁ ପ୍ରସଙ୍ଗ କରୁ ନାହାନ୍ତି ପିପୁଲ୍ସ ସିଏସ ମୋହନ ମାଝୀ । ତାମିଲ ପ୍ରେମ ସିନା ଜୁନ୍ ୪ରେ ସରିଗଲା, ହେଲେ ସେହି ଜୁନ୍ ୪ରେ କଣ ଗୁଜୁରାଟି ପ୍ରୀତି ଆରମ୍ଭ କରିଦେଲେ କି ଓଡିଆ ଅସ୍ମିତାର ଆହ୍ୱାନ ଦେଇଥିବା ମୋହନ ସରକାର । ଏବେ ଦେଖିବା ଏହି କଳା ତାଲିକା ଭୁକ୍ତ ଗୁଜୁରାଟି ଠିକା କଂପାନୀ କାମ ଜାରି ରଖିବ ନା ବାସ୍ତବରେ ଓଡିଆ ଅସ୍ମିତାକୁ ଭଲ ପାଉଥିବା ମୋହନ ସରକାର ଟେଣ୍ଡର ରଦ୍ଦ କରି ଯୋଗ୍ୟ କଂପାନୀକୁ ଦେବ ।