ବଲ୍ ପାଇଁ ଚାଲିଗଲା ଜୀବନ
ବଲ୍ ପାଇଁ ଚାଲିଗଲା ଜୀବନ
admin
Apr 12, 2020 - 05:29
Updated: Apr 12, 2020 - 05:29
ସାରା ବିଶ୍ବରେ କରୋନା ମହାମାରୀ ରୂପ ନେଇସାରିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା 17 ଲକ୍ଷ ଟପିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଲକ୍ଷେ ଟପିସାରିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଥିବାବେଳେ ଏହାକୁ ରୋକିବା ପାଇଁ 21 ଦିନିଆ ଲକ୍ ଡାଉନ୍ ଲାଗୁ କରାଯାଇଛି । କିନ୍ତୁ ଦେଶର ଅଧିକାଂଶ ସ୍ଥାନରେ ଏହି ନିୟମକୁ ଉଲ୍ଲଂଘନ ହେଉଥିବାର ଦେଖିବାକୁ ମିଳୁଛି । ଏହାର ଏକ ପ୍ରମାଣ ଦେଖିବାକୁ ମିଳିଛି ଛତିଶଗଡଠାରେ ।
ଛତିଶଗଡର ଧମତରୀର କିଛି ଯୁବକମାନେ ଲକ୍ ଡାଉନ୍ ଲାଗୁ ହୋଇଥିବା ସତ୍ତ୍ବେ କ୍ରିକେଟ୍ ଖେଳୁଥିଲେ । ଏହି ଖେଳ ସମୟର ଜଣେ ଯୁବକଙ୍କର ମୃତ୍ୟୁହୋଇଯାଇଛି । ମିଳିଥିବା ସୂଚନା ଅନୁସାରରେ କ୍ରିକେଟ ଖେଳୁଥିବା ସମୟରେ ଏକ ବଲ୍କୁ କ୍ୟାଚ୍ ଧରିବାକୁ ଯାଇ ଦୁହିଁଙ୍କର ଧକ୍କା ହୋଇଥିଲା । ଏହି ଧକ୍କା ଫଳରେ ଜଣେ ଯୁବକ ଗୁରୁତର ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଧମତରୀ ଜିଲ୍ଲା ହସ୍ପିଟାଲ ନିଆଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଯୁବକ ଜଣକ ରାୟପୁରର ଏକ କଲ୍ ସେଣ୍ଟରରେ କାମ କରୁଥିଲେ। ତେବେ ସେଠାରେ ଧାରା 144ଜାରି ହୋଇଥିବାବେଳେ ସେଠାରେକ କିପରି କ୍ରିକେଟ୍ ଖେଳ ହେଉଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି ।