ଆମେରିକାରେ ପହଞ୍ଚିଲା ହାଇଡ୍ରୋକ୍ସିକ୍ଲୋରୋକୁଇନ୍

ଆମେରିକାରେ ପହଞ୍ଚିଲା ହାଇଡ୍ରୋକ୍ସିକ୍ଲୋରୋକୁଇନ୍

ଆମେରିକାରେ ପହଞ୍ଚିଲା ହାଇଡ୍ରୋକ୍ସିକ୍ଲୋରୋକୁଇନ୍
ଭାରତ ପଠାଇଥିବା ବିପୁଳ ପରିମାଣର ମ୍ୟାଲେରିଆ ନିରାଧକ ଔଷଧ ଯୁକ୍ତରାଷ୍ଟ୍ର ଆମେରିକାରେ ପହଞ୍ଚିଛି। ବ୍ୟାପକ କରୋନାଭାଇରସ୍ ସଂକ୍ରମଣ ହୋଇଥିବା ଆମେରିକାର ଅନ୍ୟତମ ରାଜ୍ୟ ନିଉ ଜର୍ସି ଅନ୍ତର୍ଗତ ନିଉଆର୍କ ଆନ୍ତର୍ଜାତିକ ବିମାନ ବନ୍ଦରରେ ଭାରତରୁ ଯାଇଥିବା ମାଲବାହୀ ବିମାନଟି ଅବତଣ କରିଥିଲା। ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ଭାରତର ରାଷ୍ଟ୍ରଦୂତ ତରନଜିତ୍ ସାନ୍ଧୁ ବିମାନ ବନ୍ଦରରୁ ଔଷଧ ପୁଡ଼ିଆ ବାହାରକୁ ନିଆଯାଉଥିବାର ଫଟୋ ସହ ଟୁଇଟ୍ କରି ଲେଖିଛନ୍ତି: କୋଭିଡ୍-୧୯ ବିରୋଧରେ ଆମ ବନ୍ଧୁମାନଙ୍କୁ ସହାୟକ ହେଉଛୁ। ନିଉଆର୍କ ବିମାନ ବନ୍ଦରରେ ଭାରତରୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପହଞ୍ଚିଲା। କରୋନାଭାଇରସ୍ ବିରୋଧରେ ଚାଲିଥିବା ସଂଗ୍ରାମରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପଟ୍ଟପରିବର୍ତ୍ତନକାରୀ ଭାବେ କାର୍ଯ୍ୟ କରିପାରେ ବୋଲି ରାଷ୍ଟ୍ରପତି ଟ୍ରମ୍ପ୍ କହିଥିଲେ। ରାଷ୍ଟ୍ରପତି ଟ୍ରମ୍ପ୍ ଏହାର ପ୍ରଚାର କରୁଥିଲେ ବି ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଯେ କୋଭିଡ୍-୧୯ ବିରୋଧରେ କାର୍ଯ୍ୟ କରୁଛି ଏହାର କୌଣସି ପ୍ରମାଣ ମିଳିନାହିଁ।