ବରିଷ୍ଠ କଂଗ୍ରେସ ନେତା ଗୁଣନିଧି ପୂଜାରୀଙ୍କ ଦେହାନ୍ତ

ବରିଷ୍ଠ କଂଗ୍ରେସ ନେତା ଗୁଣନିଧି ପୂଜାରୀଙ୍କ ଦେହାନ୍ତ

ବରିଷ୍ଠ କଂଗ୍ରେସ ନେତା ଗୁଣନିଧି ପୂଜାରୀଙ୍କ ଦେହାନ୍ତ
ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ଗୁଣନିଧି ପୂଜାରୀଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କ ବିୟୋଗରେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଗଭୀର ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ ଗତି କାମନା କରୁଛି ଏବଂ ଏହି ଦୁଃଖଦ ସମୟରେ ପରିବାର ବର୍ଗ ଓ ଆତ୍ମୀୟ ସଜ୍ଜନଙ୍କୁ ମହାପ୍ରଭୁ ଶକ୍ତି ଓ ସାହାସ ପ୍ରଦାନ କରନ୍ତୁ । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ପୂଜାରୀ କଂଗ୍ରେସର ଜଣେ ଛାମୁଆ ନେତା ଭାବେ କାର୍ଯ୍ୟ କରି ଆସୁଥିଲେ । କଂଗ୍ରେସ ସଂଗଠନକୁ ଚଳଂଚଳ କରିବାରେ ତାଙ୍କର ବହୁ ଭୂମିକା ଥିଲା । ସ୍ୱର୍ଗତ ପୂଜାରୀ ଦଳର ବହୁ ପଦ ପଦବୀରେ ରହି ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟକାରୀ ଆସୁଥିଲେ । ଅନେକ ସମାଜ ସେବା କାର୍ଯ୍ୟରେ ବ୍ରତୀ ରହୁଥିଲେ । ତାଙ୍କର ବିୟୋଗରେ ରାୟଗଡା ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।