ବୁର୍ଲା ପିସି ବ୍ରିଜରୁ ଡେଇଁ ଯୁବତୀ ମୃତ

ବୁର୍ଲା ପିସି ବ୍ରିଜରୁ ଡେଇଁ ଯୁବତୀ ମୃତ

ସମ୍ବଲପୁର : ସମ୍ବଲପୁର ବୁର୍ଲା ପିସି ବ୍ରିଜରୁ ଡେଇଁ ଯୁବତୀ ନିଖୋଜ ଘଟଣା । ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ । ମୃତ ଛାତ୍ରୀ ହେଲେ ରୋହିଣୀ ହଷ୍ଟେଲର ଚିନ୍ମୟୀ ପ୍ରିୟଦର୍ଶୀନି । ଅଗ୍ନିଶମବାହିନୀ ମୃତଦେହ ଉଦ୍ଧାର କରିଛି । ମୃତଦେହ ମିଳିବା ନେଇ ସୂଚନା ଦେଲେ ବୁର୍ଲା ଆଇଆଇସି ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ବୁର୍ଲା ପିସି ବ୍ରିଜରୁ ଡେଇଁ ଯୁବତୀ ନିଖୋଜ ହୋଇଥିଲେ। ଯୁବତୀ ଜଣକ ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ । ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଫେରିଥିଲେ। ପରେ ଛାତ୍ରୀ ଜଣଙ୍କ ସାଙ୍ଗମାନଙ୍କ ସହିତ ବ୍ରିଜକୁ ଆସିଥିଲେ। ସେଠାରୁ ସେ ପିସି ବ୍ରିଜ୍‌କୁ ଡେଇଁ ପଡିଥିଲେ । ମଙ୍ଗଳବାରଠୁ ଛାତ୍ରୀ ଜଣଙ୍କ ନିଖୋଜ ଥିଲେ । ପରେ ବୁଧବାର ଦିନ ଅଗ୍ନିଶମ ବାହିନୀ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ।