ବନ୍ୟା ମୁକାବିଲା କରିବାରେ ସରକାର ସଂପୂର୍ଣ୍ଣ ଫେଲ୍:ଶରତ ପଟ୍ଟନାୟକ

ବନ୍ୟା ମୁକାବିଲା କରିବାରେ ସରକାର ସଂପୂର୍ଣ୍ଣ ଫେଲ୍:ଶରତ ପଟ୍ଟନାୟକ

ବନ୍ୟା ମୁକାବିଲା କରିବାରେ ସରକାର ସଂପୂର୍ଣ୍ଣ ଫେଲ୍:ଶରତ ପଟ୍ଟନାୟକ

ଭୁବନେଶ୍ବର: ବନ୍ୟା ମୁକାବିଲା କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଫେଲ୍ ମାରିଛନ୍ତି । ଯେଉଁ ବନ୍ୟା ସ୍ଥିତି ଦେଖାଦେଇଛି ଏହା ଏକ ସରକାରୀକୃତ ବନ୍ୟା । ତୁରନ୍ତ ସରକାର ସବୁ ଦଳମାନଙ୍କୁ ଡାକି ବୈଠକ କରନ୍ତୁ ଆଲୋଚନା କରନ୍ତୁ ଏବଂ ବନ୍ୟାର ସ୍ଥାୟୀ ପ୍ରତିକାର କଥା ଚିନ୍ତା କରନ୍ତୁ । ୨୩ ବର୍ଷର ସରକାରରେ କାମ କିପରି ହୋଇଛି ତାହା ଏହି ବନ୍ୟାରୁ ସହଜରେ ଅନୁମାନ କରାଯାଇପାରେ । ତେଣୁ ତୁରନ୍ତ ବୈଠକ ଡକାଇ ସମାଧାର ବାଟ ବାହାର କରନ୍ତୁ । ବନ୍ୟା ପରିଚାଳନାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରି ଏପରି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଜିରୋ କାଜୁଆଲିଟି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । କଂଗ୍ରେସ ନେତା କହିଛନ୍ତି, ''ରାଜ୍ୟ ସରକାର କହିଥିଲେ ପ୍ରତିଟି ଜୀବନ ତାଙ୍କ ପାଇଁ ମୂଲ୍ୟବାନ । ହେଲେ ପ୍ରାପ୍ତ ସୂଚନା ଅନୁସାରେ, ୧୭ ଜଣ ବନ୍ୟାରେ ପ୍ରାଣ ହରାଇଛନ୍ତି । ବନ୍ୟା ଯୋଗୁଁ ଲୋକେ ନାନା ରୋଗାଗ୍ରସ୍ତ ହୋଇଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ମଧ୍ୟ ବଢିପାରେ । ଏଥିରୁ ବନ୍ୟା ପରିଚାଳନାରେ ସରକାରଙ୍କ ଅପାରଗତା ପ୍ରମାଣିତ ହୋଇଛି ।'' ଏଥିସହ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି ।

ବନ୍ୟା ପରିଚଳାନାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ''ଏତେ ପରିମାଣରେ ଘାଇ ସୃଷ୍ଟି ହେବା ପଛର କାରଣ କ'ଣ । କାହିଁକି ଉଚିତ୍ ସମୟରେ ସରକାର ବନ୍ଧ ମରାମତି କଲେ ନାହିଁ । ସେଥିପାଇଁ ବନ୍ୟା ପାଣି ବ୍ୟାପିଗଲା । ଏହାଦ୍ବାରା ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଲେ । ଏହାର ସ୍ଥାୟୀ ପ୍ରତିକାର କରିବାର ରାଜ୍ୟ ସରକାରଙ୍କ ପାଇଁ ସମୟ ଆସିଛି । ଏବେ ନୁହେଁ ତ କେବେ ହେବ ସ୍ଥାୟୀ ସମାଧାନ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।'' ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ପାଣି କମିଥିଲେ ମଧ୍ୟ ଲୋକଙ୍କୁ ଦୁର୍ଦ୍ଦଶା ସରିନି । ଏପରିସ୍ଥଳେ ଆଗକୁ ପୁଣି ବର୍ଷା ଆସୁଛି । ତେଣୁ ବେଳ ଥାଉ ଥାଉ ସରକାର ସଜାଗ ହେବା ଜରୁରୀ ହୋଇପଡିଛି । ଚଳିତ ବର୍ଷ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ହେକ୍ଟର ହେକ୍ଟର ଚାଷଜମିରେ ପାଣି ମାଡିଯାଇଛି । ବ୍ୟାପକ ପନିପରିବା ଫସଲ ବନ୍ୟାରେ ଧୋଇଯିବାର ଯୋଗୁଁ ଚାଷୀ ହତାଶ ହୋଇଯାଇଛି । ବିଭିନ୍ନ ରାଜନୈତିକ ଦଳ ବନ୍ୟାଞ୍ଚଳ ଗସ୍ତ କରି ବିପନ୍ନଙ୍କ ଦୁର୍ଦ୍ଦଶା ପରଖିଛନ୍ତି । ଏଥିସହ ବନ୍ୟା ନିୟନ୍ତ୍ରଣରେ ସରକାର ଫେଲ୍ ହୋଇଥିବାର ଅଭିଯୋଗ ଆଣି କଡା ସମାଲୋଚନା କରିଛନ୍ତି ।