ନୂଆଁଖାଇ: ମା ସମଲେଶ୍ବରୀଙ୍କ ପାଖରେ ପହଞ୍ଚିଲା ନୂଆ ଧାନ
ନୂଆଁଖାଇ: ମା ସମଲେଶ୍ବରୀଙ୍କ ପାଖରେ ପହଞ୍ଚିଲା ନୂଆ ଧାନ
ସମ୍ବଲପୁର: ନବାନ୍ନ ଖାଇବେ ମା ସମଲେଶ୍ବରୀ । ମା’ଙ୍କ ପାଖରେ ପହଞ୍ଚିଲା ନୂଆଁଖାଇ ପାଇଁ ଧାନ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଆଜି ନୂଆ ସରିଆ ଧାନ ମା ସମଲେଶ୍ବରୀଙ୍କ ମନ୍ଦିରରେ ପହଞ୍ଚିଛି । ପରମ୍ପରା ଅନୁସାରେ ଏହି ସରିଆ ଧାନ ସମ୍ବଲପୁର ଜିଲ୍ଲା ବଲବସପୁର ଗାଁରୁ ପ୍ରତିବର୍ଷ ପରି ଆସିଛି କ୍ଷ
ମା’ ସମଲେଶ୍ବରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାଏଙ୍କ ଘରେ ଏହି ନୂଆ ଧାନ ପହଞ୍ଚିଛି । ଧାନ ପହଞ୍ଚିଲା ପରେ ନୂଆଁଖାଇ ଦିନ ମା ସମଲେଇଙ୍କ ନିକଟରେ ଲାଗି ହେବ ନବାନ୍ନ । ମାଙ୍କ ନିକଟରେ ନବାନ୍ନ ଲାଗି ପରେ ପଶ୍ଚିମ ଓଡିଶାବାସୀ ନୂଆ ଖାଇବାର ପରମ୍ପରା ରହିଛି।




admin 